ବିଜେପି ପ୍ରାର୍ଥୀଙ୍କୁ ମାଡ଼ ଅଭିଯୋଗ

ଭୁବନେଶ୍ୱର : ବିଜେପି ପ୍ରାର୍ଥୀ ମନୋରଞ୍ଜନ ଦ୍ୟାନସାମନ୍ତରାଙ୍କୁ ମାଡ଼ ହୋଇଥିବା ଅଭିଯୋଗ ହୋଇଛି। ଝାଟିଆପଦର ୪୨ ନମ୍ବର ବୁଥରେ ତାଙ୍କୁ ମାଡ଼ ମରାଯାଇଛି ବୋଲି ଗୁରୁବାର ପ୍ରେସମିଟରେ ବିଜେପି ଉପ ସଭାପତି ସମୀର ମହାନ୍ତି ଅଭିଯୋଗ କରିଛନ୍ତି। ସେହିପରି ଚିକିଟି ନିର୍ବାଚନମଣ୍ଡଳୀର ଅନେକ ବୁଥରେ ରାଗିଂ ହୋଇଛି। ଏଠାରେ ୧୮ଟି ବୁଥରେ ବିଜେପି ଏଜେଣ୍ଟଙ୍କୁ ପୂରାଇ ଦିଆଯାଇ ନଥିବା ବେଳେ କୋରାପୁଟ ୧୫୯ନଂ ବୁଥରେ ବିଜେପି ଏଜେଣ୍ଟକୁ ତାଲା ପକାଇ ଦିଆଯାଇଥିଲା ବୋଲି ସମୀର କହିଛନ୍ତି।

Comments are closed.