ବିଜେପି ପ୍ରାର୍ଥୀ ଅର୍ଜୁନ ସିଂହଙ୍କୁ ସୁରକ୍ଷା

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ବାରାକପୁର ଲୋକସଭା ଆସନର ବିଜେପି ପ୍ରାର୍ଥୀ ଅର୍ଜୁନ ସିଂହଙ୍କୁ ସୁପ୍ରିମକୋର୍ଟରୁ ସୁରକ୍ଷା ମିଳିଛି। ତାଙ୍କ ଗିରଫଦାରୀକୁ ସୁପ୍ରିମକୋର୍ଟ ଆସନ୍ତା ୫ଦିନ ପର୍ଯ୍ୟନ୍ତ ଟାଳି ଦେଇଛନ୍ତି। ମଇ ୨୮ ପର୍ଯ୍ୟନ୍ତ ତାଙ୍କୁ ଗିରଫ କରାଯାଇପାରିବ ନାହିଁ ବୋଲି ବୁଧବାର କୋର୍ଟ ନିର୍ଦେଶ ଦେଇଛନ୍ତି। ଏଥିସହିତ ଉପଯୁକ୍ତ କ୍ଷେତ୍ରରେ ଜାମିନ ଆବେଦନ ପାଇଁ ତାଙ୍କୁ କୋର୍ଟ କହିଛନ୍ତି। ରାଜ୍ୟ ପୁଲିସ ତାଙ୍କ ବିରୋଧରେ ୭ଦିନ ପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ନେଇପାରିବ ନାହିଁ ବୋଲି କୋର୍ଟ ସ୍ପଷ୍ଟ କରିଛନ୍ତି। ଅର୍ଜୁନଙ୍କ ବିରୋଧରେ ରାଜ୍ୟ ପୁଲିସ ଏକାଧିକ ମାମଲା ରୁଜୁ କରିଥିବାରୁ ଗିରଫ ଆଶଙ୍କା କରି ସେ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ଜଷ୍ଟିସ ଅରୁଣ ମିଶ୍ର ଓ ଜଷ୍ଟିସ ଏମ୍‌.ଆର ଶାହାଙ୍କ ପୀଠ ଏହି ମାମଲାରେ କହିଛନ୍ତି ଯେ ପଶ୍ଚିମବଙ୍ଗରେ ହିଂସା ଏକ ସାଧାରଣ ଘଟଣା ହେଲାଣି।

Comments are closed.