ବିଜେପି ବିଧାୟକଙ୍କ ଅଭିଯୋଗ, କରୋନାକୁ ବେଖାତିର କରୁଛନ୍ତି ତେଲେଙ୍ଗାନା ସରକାର

ସମାଜ ପୋର୍ଟାଲ ଡେସ୍କ: ତେଲଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ କୋଭିଡ୍‍ ପରିଚାଳନା କ୍ଷେତ୍ରରେ ବିଫଳ ହୋଇଥିବା ବି.ଜେ.ପି. ବିଧାୟକ ରାଜା ସିଂହ ଅଭିଯୋଗ କରିଛନ୍ତି। ଏକ ଭିଡ଼ିଓ ବାର୍ତ୍ତାରେ ସେ ମୁଖ୍ୟମନ୍ତ୍ରୀଙ୍କୁ ବାହାରକୁ ଆସି କରୋନା ସଂକ୍ରମଣ କିଭଳି ଦ୍ରୁତଗତିରେ ବ୍ୟାପୁଛି ଦେଖିବାପାଇଁ ଆହ୍ୱାନ ଦେଇଛନ୍ତି। ସେ କହିଛନ୍ତି, ୪ କୋଟି ଜନସଂଖ୍ୟା ବିଶିଷ୍ଟ ତେଲଙ୍ଗାନାରେ ଯେ କେହି ବି କରୋନା ପଜିଟିଭ୍‍ ଚିହ୍ନଟ ହେଲେ ସେମାନଙ୍କୁ କେବଳ ଗାନ୍ଧି ହସ୍ପିଟାଲ୍‍କୁ ପଠାଯାଉଛି ଏବଂ ସେଠାରେ ରୋଗୀର ମୃତ୍ୟୁ ହେଲେ ତାଙ୍କ ସମ୍ପର୍କୀୟମାନେ ଡାକ୍ତରଙ୍କ ଉପରେ ଆକ୍ରମଣ କରୁଛନ୍ତି।

ଏନେଇ ବି.ଜେ.ପି. ବିଧାୟକ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରିବା ସହ କେ.ସି.ଆର୍‍. ସରକାର କରୋନା ସଂକ୍ରମଣକୁ ଗୁରୁତର ସହ ନେଉ ନ ଥିବା ଅଭିଯୋଗ କରିଛନ୍ତି।

Comments are closed.