ବିଜେପି ବିଧାୟକଦଳ ବୈଠକ- ବିରୋଧୀ ଦଳ ନେତା ଚୟନ ହୋଇ ପାରିଲା ନାହିଁ

ଭୁବନେଶ୍ୱର .-   ବିଜେପିର ପ୍ରଦେଶ କାର୍ଯ୍ୟାଳୟରେ ବିଧାୟକ ଦଳ ବୈଠକ ଅନୁଷ୍ଠିତ ହୋଇଥିଲା ।  ବିଜେପିର  କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ସରୋଜ ପାଣ୍ଡେଙ୍କ ଉପସ୍ଥିତିରେ ଏହି  ବୈଠକ ଅନୁଷ୍ଠିତ ହୋଇଥିଲା। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପ୍ରଭାରୀ ଅରୁଣ ସିଂହ, ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ  ସମେତ  ନବ ନିର୍ବାଚିତ ବିଧାୟକ ଉପସ୍ଥିତ ଥିଲେ ।

ଏହି ବୈଠକରେ ବିଧାନସଭାରେ ଦଳର ରଣନୀତି ସମ୍ପର୍କରେ ଆଲୋଚନା ହୋଇଥିଲା । ମାତ୍ର ବିରୋଧୀ ଦଳ ନେତା ବିଷୟରେ କୌଣସି ନିଷ୍ପତି ହୋଇ ପାରି ନଥିଲା ।  ଏହାପରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କ ନିକଟକୁ ବିଧାୟକମାନଙ୍କର ନାମ ପଠା ଯିବାସହ ଏ ବିଷୟରେ ନିଷ୍ପତ୍ତି ତାଙ୍କ ଉପରେ ନ୍ୟସ୍ତ କରାଯାଇଛି । ଆସନ୍ତା ଦିନେ ଦୁଇ ଦିନ ମଧ୍ୟରେ ବିଜେପି ବିଧାୟକ ଦଳ ନେତା ସମ୍ପର୍କରେ ନିଷ୍ପତି ନିଆଯିବ ବୋଲି ସୂଚନା ମିଳିଛି ।  ୨୫ ତାରିଖରେ ବିଧାନସଭା ଅଧିବେଶନ ଆରମ୍ଭ ହେବ ।

Comments are closed.