‘ପରୀ’ ମୃତ୍ୟୁ ମାମଲା: ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ କାର୍ଯ୍ୟାଳୟ ଆଗରେ ବିଜେପି, କଂଗ୍ରେସର ବିକ୍ଷୋଭ

ଭୁବନେଶ୍ଵର: ‘ପରୀ’ ମୃତ୍ୟୁ ମାମଲାରେ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ (ଓଏସସିପିସିଆର) ଅଧ୍ୟକ୍ଷାଙ୍କ ମନ୍ତବ୍ୟକୁ ବିରୋଧ କରିଛି ବିଜେପି ଏବଂ କଂଗ୍ରେସ। ଦୁଇ ଦଳର ନେତା ଏବଂ କର୍ମୀମାନେ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ କରିବା ସହିତ ଭିତରକୁ ଧସେଇ ପଶିବାକୁ ଉଦ୍ୟମ କରିଛନ୍ତି।

‘ପରୀ’କୁ ବଳି ଦିଆଯାଇଥାଇପାରେ ବୋଲି ଓଏସସିପିସିଆର ଅଧ୍ୟକ୍ଷା ମନ୍ତବ୍ୟ ଦେଇଥିଲେ। କେଉଁ ଆଧାରରେ ଅଧ୍ୟକ୍ଷା ଏପରି ମନ୍ତବ୍ୟ ଦେଲେ ବୋଲି ବିଜେପି ପକ୍ଷରୁ ପ୍ରଶ୍ନ କରାଯାଇ ବିକ୍ଷୋଭ କରାଯାଉଛି। ସଭାନେତ୍ରୀ ସ୍ମୃତି ପଟ୍ଟନାୟକଙ୍କ ନେତୃତ୍ଵରେ ବିଜେପି କର୍ମୀମାନେ ବିକ୍ଷୋଭ କରୁଛନ୍ତି।

ସେହିପରି କଂଗ୍ରେସ ନେତା ପ୍ରଦୀପ ମାଝି, ବିଜୟଲକ୍ଷ୍ମୀ ସାହୁଙ୍କ ନେତୃତ୍ଵରେ କର୍ମୀମାନେ ବିକ୍ଷୋଭ କରୁଛନ୍ତି। କଂଗ୍ରେସ କର୍ମୀମାନେ ବି କାର୍ଯ୍ୟାଳୟ ଭିତରେ ଧସେଇ ପଶିବାକୁ ଉଦ୍ୟମ କରିଛନ୍ତି।

Comments are closed.