ଆନନ୍ଦପୁର ନଗରମଣ୍ଡଳ ବିଜେପିର ପ୍ରଶିକ୍ଷଣ ଶିବିର ଉଦଘାଟିତ

କେଶଦୁରାପାଳ : ଆନନ୍ଦପୁର ନଗରମଣ୍ଡଳ ବିଜେପିର ପ୍ରଶିକ୍ଷଣ ଶିବିର ଉଦଘାଟିତ ହୋଇଛି । ବିଜେପି  ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅଲୋକ ସେଠିଙ୍କ ନେତୃତ୍ୱରେ, ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ସୁମତି ଜେନା, ବରିଷ୍ଠ ବିଜେପି ନେତା ତଥା ରାଷ୍ଟ୍ରୀୟ କୃଷକ ମୋର୍ଚ୍ଚା ଉପଧ୍ୟାକ୍ଷ ମହେଶ୍ଵର ସାହୁ, ବରିଷ୍ଠ ବିଜେପି ନେତା ରାମଚନ୍ଦ୍ର ସାହୁ, ପୂର୍ବତନ ବିଧାୟକ , କ୍ଷୀରୋଦ ପ୍ରସାଦ ସ୍ଵାଇଁ,ରାଜ୍ୟ ଓ ବିସି ମୋର୍ଚ୍ଚା ଉପସଭାପତି ଭଗବାନ ସାହୁ, ଜିଲ୍ଲା ଉପସଭାପତି ଗୋଲକ ଜେନା, ଆନନ୍ଦପୁର ବିଜେପି ନଗରମଣ୍ଡଳ ସଭାପତି ପ୍ରଶାନ୍ତ ମହାପତ୍ର ପ୍ରମୁଖ ଯୋଗ ଦେଇ ବିଜେପିର ପ୍ରଶିକ୍ଷଣ ଶିବିରକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିବାବେଳେ ମୁଖ୍ୟ ଅତିଥି ଭାବେ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି, ପୂର୍ବତନ କେନ୍ଦୁଝର ଜିଲ୍ଲା ସାଂସଦ ଅନନ୍ତ ନାୟକ ଓ ମୁରଲୀ ଶର୍ମା ଯୋଗ ଦେଇଥିଲେ।

ଆଜିର ଉଦଘାଟନୀ ଦିବସରେ ମହେଶ୍ୱର ସାହୁ, ଅମର ବର ଖଟୁଆ, ବିଜୟ ରାଉତ,ଅନନ୍ତ ନାୟକ ଏବଂ ଯଜ୍ଞ ପ୍ରସାଦ ପାଞ୍ଚଟି ସତ୍ରରେ ନିଜ ନିଜର ବୌଦ୍ଧିକ ପ୍ରଦାନ କରିଛନ୍ତି। ଶିବିରର ପ୍ରଥମ ଦିନରେ ବିଭିନ୍ନ ବିଷୟବସ୍ତୁ ଉପରେ ବୌଦ୍ଧିକ ପ୍ରଦାନ କରିଥିଲେ ଶିବିର ପ୍ରମୁଖ ମଣ୍ଡଳ ସଭାପତି ପ୍ରଶାନ୍ତ ମହାପାତ୍ର ଶିବିର ନିୟନ୍ତ୍ରକ କରିଥିବାବେଳେ କାର୍ଯ୍ୟକ୍ରମକୁ ଯୁବମୋର୍ଚ୍ଚା ସଭାପତି ଧବଳେଶ୍ଵର ସାହୁ, ପ୍ରଳୟ ସାହୁ, ସୌମ୍ୟରଞ୍ଜନ ସାହୁ, ଲକ୍ଷ୍ମୀଧର ସାହୁ ପରିଚାଳନା କରିଥିବା ବେଳେ ବହୁ ବରିଷ୍ଠ ଓ ଯୁବ କାର୍ଯ୍ୟକର୍ତ୍ତାଙ୍କ ସମେତ ଶତାଧିକ ଶିବିରାର୍ଥୀ ଉପସ୍ଥିତ ଥିଲେ ।

ପୂର୍ବତନ ମଣ୍ଡଳ ସଭାପତି ନିରାକାର ଦଳେଇ,ପୂର୍ବତନ ଯୁବମୋର୍ଚ୍ଚା ସଭାପତି ନିର୍ମଳ ରାଉଳ ଙ୍କ ସହ ବରିଷ୍ଠ କର୍ମକର୍ତ୍ତା, ଯୁବ କର୍ମକର୍ତ୍ତା ଓ ଶତାଧିକ ଶିବିରାର୍ଥୀ ଉପସ୍ଥିତ ରହି ସହଯୋଗ କରିଥିଲେ ଉକ୍ତ ପ୍ରଶିକ୍ଷଣ ଶିବିରରେ ରାଜ୍ୟ ବିଜେପି ସଭାପତିଙ୍କ ଯୋଗଦାନ ବେଶ ଗୁରୁତ୍ୱପୂର୍ଣ୍ଣ ଥିବାବେଳେ ଆଗାମୀ ନିର୍ବାଚନରେ ଆନନ୍ଦପୁର ରେ ବିଜେପି ଭଲ କରିବ ବୋଲି ଚର୍ଚ୍ଚା ଜୋର ଧରିଛି  ।

Comments are closed.