ବିଜେପିର କୃଷକ ସମ୍ବାଦ ରାଲି ୨୧ରେ

ବୋଲଗଡ଼ : ମହାମାରୀ କରୋନା ସାରା ଭାରତ ବର୍ଷରେ କାୟାବିସ୍ତାର କରିଥିବାବେଳେ ଦିନକୁଦିନ ଓଡ଼ିଶାରେ ମଧ୍ୟ ଏହା କାୟାବିସ୍ତାର କରିଚାଲିଛି। ତେଣୁ କୃଷକଙ୍କୁ ସ୍ୱାବଲମ୍ବୀ ଓ ଆତ୍ମନିର୍ଭରଶୀଳ କରିବାପାଇଁ ବିଜେପି କୃଷକମୋର୍ଚା ପକ୍ଷରୁ ଆସନ୍ତା ୨୧ ତାରିଖ ରାତି ୮ରେ ଏକ ଜନ ସମ୍ବାଦ ରାଲି ଅନୁଷ୍ଠିତ ହେବ। ଏହି ରାଲିରେ କେନ୍ଦ୍ର କୃଷି ରାଷ୍ଟ୍ରମନ୍ତ୍ରୀ କୈଳାସ ଚୋଧୁରୀ, ବିଜେପି କୃଷକ ମୋର୍ଚ୍ଚା ରାଷ୍ଟ୍ରୀୟ ଅଧକ୍ଷ ବିରେନ୍ଦ୍ର ସିଂଙ୍କ ସହ ବିଜେପି କୃଷକମୋର୍ଚା ରାଜ୍ୟ ସଭାପତି ପ୍ରଦୀପ କୁମାର ପୁରୋହିତ, ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ କୃଷ୍ଣଚନ୍ଦ୍ର ଜଗଦେବ, କୃଷକ ମୋର୍ଚାର ରଷ୍ଟ୍ରୀୟ ଉପାଧ୍ୟକ୍ଷ ମହେଶ୍ୱର ସାହୁ ସମେତ ଯୋଗଦେବେ, କେନ୍ଦ୍ର ସରକାରଙ୍କ କୃଷକ କଲ୍ୟାଣ ଯୋଜନା ସମ୍ପର୍କରେ ଆଲୋଚନା ହେବା ସହିତ ଖୋର୍ଦ୍ଧା ଜିଲ୍ଲାର କୃଷକଙ୍କ ସମସ୍ୟା ସମ୍ପର୍କରେ ଆଲୋଚନା ହେବ ବୋଲି ରାଜ୍ୟ କୃଷକମୋର୍ଚାର ସଂଯୋଜକ ଶ୍ରୀ ବିଶ୍ୱଜିତ ସ୍ୱାଇଁ ପ୍ରକାଶ କରିଛନ୍ତି।

Comments are closed.