ତୃତୀୟ ଦିନରେ ପହଞ୍ଚିଲା ବିଜେପି ମହିଳା ମୋର୍ଚ୍ଚାର ଆନ୍ଦୋଳନ

0

ଭୁବନେଶ୍ବର : ପିପିଲି ଗଣଦୁଷ୍କର୍ମ ମାମଲାରେ ଅଭିଯୁକ୍ତମା​‌ନେ ପ୍ରମାଣ ଅଭାବରୁ ନିର୍ଦୋଷରେ ଖଲାସ ହୋଇ ଯାଇଛନ୍ତି। ଅଭିଯୁକ୍ତମାନଙ୍କୁ ଧରି ପିପିଲି ପୀଡିତାଙ୍କୁ ଉଚିତ ନ୍ୟାୟ ପ୍ରଦାନ କରିବାକୁ ବିଜେପି ମହିଳା ମୋର୍ଚ୍ଚା ଦାବି କରିଛି। ଏହି ଘଟଣାରେ ମନ୍ତ୍ରୀ ପ୍ରଦୀପ ମହାରଥୀ କହିଥିଲେ ଯେ, ପୀଡିତାଙ୍କୁ ଉଚିତ ନ୍ୟାୟ ମିଳିଛି। ମନ୍ତ୍ରୀଙ୍କର ଏହି ମନ୍ତବ୍ୟକୁ ନେଇ ବିଜେପି ମହିଳା ମୋର୍ଚ୍ଚା ଆନ୍ଦୋଳନ ଚଳାଇଛି।

ବୁଧବାର ଦିନ ବିଜେପି ମହିଳା ମୋର୍ଚ୍ଚା ଆନ୍ଦୋଳନ କରୁଥିବା ବେଳେ ନବୀନ ନିବାସ ମଧ୍ୟକୁ ପଶିବାକୁ ଉଦ୍ୟମ କରିଛନ୍ତି। ବିଜେପି ମହିଳା କର୍ମୀଙ୍କୁ ପୁଲିସ ଅଟକାଇବାକୁ ଚେଷ୍ଟା କରୁଥିବା ବେଳେ ଧସ୍ତାଧସ୍ତି ହୋଇଛନ୍ତି। ଏହି ଘଟଣାରେ ପୁଲିସ ୨୦ରୁ ଉର୍ଦ୍ଧ୍ବ ମହିଳା କର୍ମୀଙ୍କୁ ଅଟକ ରଖିଛି।

ସୂଚନାଯୋଗ୍ୟ ଯେ, ପୂର୍ବରୁ ବିଜେପି ମହିଳା ମୋର୍ଚ୍ଚା ସୋମବାର ଦିନ ପିପିଲି ପୀଡିତାଙ୍କୁ ନ୍ୟାୟ ଦେବା ଦାବିରେ କଟକସ୍ଥିତ କ୍ରାଇମବ୍ରାଞ୍ଚ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରିଥିଲା। ମଙ୍ଗଳବାର ଦିନ ବିଜେପି ମହିଳା ମୋର୍ଚ୍ଚାର କର୍ମୀମାନେ ହାତରେ ଚୁଡି ଧରି ନବୀନ ନିବାସକୁ ଧସେଇ ପଶିବାକୁ ଉଦ୍ୟମ କରୁଥିବା ବେଳେ ସେମାନଙ୍କର ପୁଲିସ ସହ ଧସ୍ତାଧସ୍ତି ହୋଇଥିଲା। ଫଳରେ ପୁଲିସ କିଛି କର୍ମୀଙ୍କୁ ଅଟକ ରଖିଥିଲା।

Leave A Reply