ବିଜେପିରେ ଯୋଗ ଦେବା ପ୍ରସଙ୍ଗକୁ ବୈଜୟନ୍ତଙ୍କ ଖଣ୍ଡନ

0

ଭୁବନେଶ୍ବର: ବିଜେଡି ଛାଡିଲା ପରେ ବୈଜୟନ୍ତ ପଣ୍ଡା ବିଜେପିରେ ମିଶିବା ନେଇ ଚର୍ଚ୍ଚା ଜୋର ଧରିଥିଲା । ଆସନ୍ତା ୨୪ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶା ଗସ୍ତରେ ଆସୁଥିବା ବେଳେ ବୈଜୟନ୍ତ ବିଜେପିରେ ଯୋଗ ଦେବେ ବୋଲି ଶୁଣିବାକୁ ମିଳିଥିଲା । ଶୁକ୍ରବାର ସମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ରଖି ବୈଜୟନ୍ତ ଏହାକୁ ଖଣ୍ଡନ କରିଛନ୍ତି । କେଉଁ ଦଳରେ ଯୋଗ ଦେବେ ସେନେଇ ନିଷ୍ପତ୍ତି ନେଇ ନାହାନ୍ତି ବୋଲି ବୈଜୟନ୍ତ ପଣ୍ଡା କହିଛନ୍ତି । ୨୦୧୯ ନିର୍ବାଚନ ଲଢିବା ନେଇ ପ୍ରଶ୍ନରେ ବୈଜୟନ୍ତ ଜବାବ୍ ଦେଇ କହିଛନ୍ତି ଯେ ଲୋକେ ଚାହିଁଲେ ନିର୍ବାଚନ ଲଢିବି । ଲୋକଙ୍କ ଇଚ୍ଛାନୁସାରେ ପରିଚାଳିତ ହେବି ।  ଅନ୍ୟପକ୍ଷରେ ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡା ମଧ୍ୟ ବିଜେପିରେ ବୈଜୟନ୍ତଙ୍କ ମିଶ୍ରଣକୁ ନେଇ ଅସ୍ବୀକାର କରିଛନ୍ତି । ବର୍ତ୍ତମାନ ବିଜେପି କୌଣସି ମିଶ୍ରଣ ପର୍ବ ଅନୁଷ୍ଠିତ ହେବ ନାହିଁ ବୋଲି ଶ୍ରୀ ପଣ୍ଡା କହିଛନ୍ତି ।

Leave A Reply