୨୫ ଲକ୍ଷ ବିଦ୍ୟୁତ୍ ଗ୍ରାହକଙ୍କ ସହ ସରକାର ଖେଳୁଛନ୍ତି: ବିଜେପି

0

ଭୁବନେଶ୍ୱର : ରାଜ୍ୟରେ ବିଜୁଳି ବିତରଣ ପାଇଁ ଘରୋଇ କମ୍ପାନୀଙ୍କୁ ଠିକା ଦେବାରେ ହୋଇଥିବା ବିଡିଙ୍ଗ ପ୍ରକ୍ରିୟାରେ ନବୀନ ସରକାର ଜାଣିଶୁଣି କୋହଳ ମନୋଭାବ ପୋଷଣ କରିଛନ୍ତି ବୋଲି ବୋଲି ବିଜେପି ପୁଣି ଥରେ ଅଭିଯୋଗ କରିଛି।
ଗୁରୁବାର ବିଜେପି କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସମ୍ପାଦିକା ଡ. ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି ଯେ ଏକ ନିର୍ଦ୍ଦିଷ୍ଟ କମ୍ପାନୀକୁ ସୁହାଇଲା ଭଳି ସରକାର ନିୟମ କରିଛନ୍ତି। ଏହି ଡିଲ୍‌ ଅର୍ଥ ଶାସକ ବିଜୁ ଜନତା ଦଳର ନିର୍ବାଚନୀ ପାଣ୍ଠି ଭାବରେ ଖର୍ଚ୍ଚ ହେବ। ଏଭଳି ଭାବେ ନିୟମ କରାଯାଇଛି ଯେପରି ଭାବେ ଦେଶର ବଛା ବଛା ଶକ୍ତିବିତରକ କମ୍ପାନୀଗୁଡିକ ସେହି ଟେଣ୍ଡର ପ୍ରକ୍ରିୟାରେ ଭାଗ ନେଇପାରିବେନି। ଭାରତରେ ଟାଟା ପାୱାର, ରିଲାଏନ୍ସ, ଆଦାନୀ, ଟୋରେଣ୍ଟ, ସିଇଏସସିଙ୍କ ସହ ଅନେକ ବଡ ବଡ ଏବଂ ଅଭିଜ୍ଞତା ସଂପନ୍ନ କଂପାନୀ ଥିବାବେଳେ ରାଜ୍ୟସରକାର କାହିଁକି ଏକ ନିର୍ଦିଷ୍ଟ କମ୍ପାନୀ ପାଇଁ ଆଗଭର ହେଉଛନ୍ତି ତାହା ବୁଝା ପଡୁନାହିଁ। ଯେତେବେଳେ ରାଜ୍ୟ ସରକାର ବିଜୁଳି ବିତରଣର ଫ୍ରାଞ୍ଚାଇଜ୍ ପାଇଁ ଟେଣ୍ଡର ଆହ୍ୱାନ କରିଥିଲେ ସେତେବେଳେ ନିୟମ ଥିଲା କି ଯେଉଁ କପାଂନୀର ସର୍ବନିମ୍ନ ୪୦ ପ୍ରତିଶତ ଗ୍ରାହକଙ୍କୁ ବିଦ୍ୟୁତ ବିତରଣ କରିବାର କ୍ଷମତା ଥିବ ସେହି କମ୍ପାନୀକୁ କେବଳ ପ୍ରାଞ୍ଚାଇଜ୍ ମିଳିପାରିବ। ଏବେ ଯେତେ​‌ବେ‌ଳେ ରାଜ୍ୟ ସରକାର ଏହାକୁ ବିକ୍ରି କରୁଛନ୍ତି ଏହାର ମାନଦଣ୍ଡକୁ ଆହୁରି କଡାକଡି କରିବା କଥା; କିନ୍ତୁ ରାଜ୍ୟ ସରକାର ସର୍ବନିମ୍ନ ୪୦ ପ୍ରତିଶତ ଗ୍ରାହକ ନିୟମକୁ ଉଠାଇଦେଇ କେବଳ ଲାଇସେନ୍ସ ଥିବା ଲୋକ ହିଁ ଆବେଦନ କରିପାରିବ ସେପରି ନିୟମ କରିଛନ୍ତି ଯାହା ଅତ୍ୟନ୍ତ ଆଶ୍ଚର୍ଯ୍ୟ ଜନକ। ଏପରିକି ରାଜ୍ୟ ସରକାର ସେସୁକୁ ବିକ୍ରି କରିବାର ପ୍ରକ୍ରିୟାକୁ ମଧ୍ୟ ସ୍ପଷ୍ଟ କରି ନଥିବାବେଳେ ଏହା ଖୋଲା ଟେଣ୍ଡର କାହିଁକି କରି ନଥିଲେ ତାହା ମଧ୍ୟ ଏକ ପ୍ରଶ୍ନବାଚୀ ସୃଷ୍ଟି କରିଛି। ରାଜ୍ୟ ସରକାର ସେସୁର ୧୦୦ ପ୍ରତିଶତ ବିକିବେ କି ୫୧ ପ୍ରତିଶତ ବିକିବେ ତାହା ସ୍ପଷ୍ଟ ନ କରି ବିକ୍ରି ପାଇଁ ଚୂଡାନ୍ତ କରିବା ଏକ ହାସ୍ୟାସ୍ପଦ ବୋଲି ଲେଖାଶ୍ରୀ କହିଛନ୍ତି।

Leave A Reply