ପଶ୍ଚିମବଙ୍ଗରେ ବିଜେପି କର୍ମୀଙ୍କୁ ହତ୍ୟା

0

କଲକାତା : ପଶ୍ଚିମବଙ୍ଗର ବର୍ଦ୍ଧମାନ ଜିଲା କାଙ୍କସା ଅଞ୍ଚଳରେ ଜଣେ ବିଜେପି କର୍ମୀଙ୍କୁ ଗୁଳିକରି ହତ୍ୟା କରାଯାଇଛି। ରବିବାର ରାତିରେ ଏହି ହତ୍ୟାକାଣ୍ଡ ହୋଇଛି। ହତ୍ୟାର ଶିକାର କର୍ମୀ ଜଣଙ୍କ ହେଉଛନ୍ତି ସନ୍ଦୀପ ଘୋଷ। ପୁଲିସ କହିବା ଅନୁଯାୟୀ କେତେକ ବିଜେପି କର୍ମୀ ରାତିରେ ବୈଠକ ସାରି ଫେରୁଥିବାବେଳେ ୧୫ରୁ ୨୦ଜଣ ଦୁର୍ବୃତ୍ତ ସେମାନଙ୍କ ଉପରେ ଆକ୍ରମଣ ପୂର୍ବକ ଗୁଳି ଚଳାଇଥିଲେ। ଦୁର୍ବୃତ୍ତମାନେ ୨୦ ରାଉଣ୍ଡ ଗୁଳି ଚଳାଇଥିଲେ। ଏଥିରେ ବିଜେପିର ଦୁଇଜଣ କର୍ମୀ ଗୁରୁତର ଆହତ ହୋଇଥିବାବେଳେ ଜଣଙ୍କର ମୃତ୍ୟୁ ହୋଇଛି।

Leave A Reply