ବ୍ଲକ କାର୍ଯ୍ୟାଳୟ ଭଙ୍ଗାରୁଜାରେ ବିଜେପି ନେତା ଗିରଫ

0

ଘସିପୁରା : କେନ୍ଦୁଝର ଜିଲା ଘଟଗାଁ ବ୍ଳକ କାର୍ୟ୍ୟାଳୟ ଉଙ୍ଗା ରୁଜା ମାମଲାରେ ଗିରଫ ହେଲେ ବିଜେପି ରାଜ୍ୟ କାର୍ୟ୍ୟକାରିଣୀ ସଦସ୍ୟ ତଥା ଘସିପୁରା ବିଜେପି ନେତା ପୃଥ୍ବୀରାଜ କୁଅଁର। କୁଅଁର ଗତ ମାସ ୩୦ ତାରିଖରେ ବିଜେପି କର୍ମୀଙ୍କ ତରଫରୁ ଘଟଗାଁ ବ୍ଳକ କାର୍ୟ୍ୟାଳୟ ଘେରାଉ କରାଯାଇଥିଲା। ଏହି ସମୟରେ ବିଜେପି କର୍ମୀ ମାନେ ବ୍ଲକ କାର୍ୟ୍ୟାଳୟରେ ପଶି ଭଙ୍ଗାରୁଜା କରିଥିଲେ। ଉକ୍ତ ଘଟଣାରେ ଘଟଗାଁ ବିଡ଼ିଓ ୮ ଜଣଙ୍କ ନାଁରେ ଏତଲା ଦେଇଥିଲେ । ୨ଦିନ ପରେ ପୁଲିସ ୪ ଜଣଙ୍କୁ ଗିରଫ କରିଥିବା ବେଳେ ରବିବାର ଦିନ କେନ୍ଦୁଝର କାଶହି ହୋଟେଲରେ ପୃଥୀ ରାଜ କୁଅଁର ଏକ ସାମ୍ବାଦିକ ସମ୍ମିଳନୀ ପରେ ପୁଲିସ ତାଙ୍କୁ ଗିରଫ କରିଥିଲା।

Leave A Reply