ରାଇଘରରେ ବିଜେଡିର ମିଥ୍ୟା ମିଶ୍ରଣ ପର୍ବ – କଂଗ୍ରେସ

ନବରଙ୍ଗପୁର : ଜିଲାର  ରାଇଘର ଠାରେ କୋଟିକୋଟି ଟଙ୍କା ଖର୍ଚ୍ଚ କରି ବିଜୁ ଜନତାଦଳ ମିଶ୍ରଣ ପର୍ବ କରିଥିଲା। ଏଥିରେ ମାତ୍ର ୬ହଜାର ଜନତା ଉପସ୍ଥିତ ଥିଲେ। ଏଥିରେ ବିଜେଡି ନେତା ମାନେ ୩ହଜାର କଂଗ୍ରେସ ଓ ବିଜେପି ନେତା କର୍ମୀ ଦଳରେ ସାମିଲ ହେଲେ ବୋଲି  ଘୋଷଣା କରିଥିଲେ। ଯାହାକି ହାସ୍ୟାଷ୍ପଦ ବୋଲି ଜିଲା କଂଗ୍ରେସ କମିଟି ପକ୍ଷରୁ କୁହାଯାଇଛି। ବୁଧବାର ସନ୍ଧ୍ୟାରେ ଜିଲା କଂଗ୍ରେସ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେଇ ଜିଲା କଂଗ୍ରେସ ସଭାପତି ମୁନା ତ୍ରିପାଠୀ କହିଥିଲେ ଯେ, କଂଗ୍ରେସ ଦଳର ଯେଉଁ ନାମ ସବୁ ମଞ୍ଚରେ ପଢାଯାଇଥିଲା ସେଠାରେ ପ୍ରାୟ ସେହି ଲୋକ ନଥିଲେ। କଂଗ୍ରେସ ନେତା ଦୟାରାମ ଗଣ୍ଡ, ପୂର୍ବତନ ଜିଲା କଂଗ୍ରେସ ସାଧାରଣ ସମ୍ପାଦକ ଆଇନଜୀବୀ ଅଶୋକ ସିକାରୀ, ରାଇଘର ଏସସି ସେଲର ସଭାପତି ଶ୍ରୀରାମ ସୁନାନୀ,ଦେବଗାଁର ୱାର୍ଡ ସଭ୍ୟ ଯୁଗସାଇ ଗଣ୍ଡ, କରଲାପାରାର କଂଗ୍ରେସ  ନେତା ରାଜୁଗଣ୍ଡ.କୁସାବେଲାର ରାଜେନ୍ଦ୍ର ଗଣ୍ଡ,ନାକଟି ସେମଡାର ନାରାୟଣ ନାଗେଶ, ପୂର୍ବତନ ସରପଞ୍ଚ ପ୍ରାର୍ଥୀ  ଅସତି ଗଣ୍ଡ.କୁରବେଲା ସରପଞ୍ଚ ପ୍ରାର୍ଥୀ ରାଜେନ୍ଦ୍ର ଗଣ୍ଡ , ଜଗଦିଶ ଗଣ୍ଡ.ଏଭଳି ବହୁ କଂଗ୍ରେସ ନେତା ସେଠାରେ ନଥିଲେ ମଧ୍ୟ ବିଜେଡି ସଙ୍ଗଠନ ସମ୍ପାଦକ ପ୍ରଣବପ୍ରକାଶ ଦାସ ଓ ରାଜ୍ୟ ଯୋଜନା ବୋର୍ଡର ଉପାଧ୍ୟକ୍ଷ ସଞ୍ଜୟ ଦାଶବର୍ମାଙ୍କୁ ଖୁସି କରିବା ପାଇଁ ବିଜେଡିର ମିଥ୍ୟା ମିଶ୍ରଣ ପର୍ବ କରଯାଇଥିଲ। କେବଳ ୪ ଜଣଙ୍କୁ ଛାଡି ଦେଲେ କେହି ମଧ୍ୟ ବିଜେଡିରେ ଯୋଗ ଦେଇନଥିଲେ। ଏହି ମିଥ୍ୟା ମିଶ୍ରଣ ପର୍ବକୁ କଂଗ୍ରେସ ତୀବ୍ର ନିନ୍ଦା କରିବା ସହ ଏହି ସମାବେଶକୁ ସାମଲୋଚନା କରୁଥିବା କହିଥିଲେ। ସେହିପରି ଆରଏମସି ଠାରେ ଯୋଜନା ବୋର୍ଡ ଉପାଧ୍ୟକ୍ଷ ଶ୍ରୀ ଦାଶବର୍ମା ଆନ୍ଦୋଳନକାରୀ ଚାଷୀଙ୍କର ପ୍ରତି ବର୍ବର ବ୍ୟବହାରର ଏକ ଅଭଦ୍ର ର ଚରମସୀମାରେ ପହଞ୍ଚିଛି।  ସେଠାରେଥିବା ମହିଳାଙ୍କର ଉପରେ ମଧ୍ୟ ଗୋଡଦେଇ ଚାଲିଗଲେ। କେଉଁ ସମସ୍ୟାରେ ଚାଷୀ ମାନେ ଧାରଣାରେ ବସିଛନ୍ତି ତାକୁ ଭ୍ରୁକ୍ଷେପ ନକରି ଠେଲାପେଲା ଓ ଦଳାଚକଟାରେ ଫିତା କାଟିବା ଓ ନିଜକୁ ଅତିଶକ୍ତିଶାଳୀ ମନେ କରିବା ଏକ ଅଶୋଭନୀୟ ପରିସ୍ଥିତି। ସେଠାରେ ଉପସ୍ଥିତଥିବା କଂଗ୍ରେସ ଦଳର ଚାଷୀ ନେତା ଜିଲା ଚାଷୀ ସେଲର ସଭାପତି ବୃନ୍ଦା ତ୍ରିପାଠୀ ଙ୍କୁ ମଧ୍ୟ ଦେବାକୁ ଚେଷ୍ଟା କରାଯାଇଥିଲା । ଜିଲାର ମଣ୍ଡିର ଧାନ ଉଠି ପାରୁନି। ଆସନ୍ତା ୩ ଦିନ ମଧ୍ୟରେ ଜିଲାର ସମସ୍ତ ମଣ୍ଡିରୁ ଧାନ ଖାଲି କରାନଗଲେ , ଜିଲା କଂଗ୍ରେସ କମିଟି ପକ୍ଷରୁ ମଣ୍ଡି ଆନ୍ଦୋଳନ ଆରମ୍ଭ କରାଯିବ ବୋଲି ଚେତାବନୀ ଦିଆଯାଇଛି । ଏଥିରେ ପିସିସି କାର୍ଯ୍ୟକାରୀ ସଭାପତି ତଥା ପୂର୍ବତନ ସାଂସଦ ପ୍ରଦୀପ ମାଝୀ ଓ ସମସ୍ତ ପୂର୍ବତନ ବିଧାୟକ ସାମିଲ ହେବେ ବୋଲି କହିଥିଲେ। ଏଥିରେ ପୂର୍ବତନ ବିଧାୟକ ସଦନ ନାୟକ, ପିସିସି ସଭ୍ୟ ସରୋଜ ପାତ୍ର, ଦିଲୀପ ବେହେରା, ସୁବାସ ସୁର, ବାସୁଦେବ ପଟ୍ଟନାୟକ,  ନଗର ସଭାପତି ଉତ୍ତମ ତ୍ରିପାଠୀ, ମିହିଆ ସେଲ ସଂଯୋଜକ ସୁମିତ ପୂଜାରୀ, ରାଇଘରବ୍ଲକ ସଭାପତି  ସୁବଲନ ସାନ୍ତା, ରମେଶ ବିଶ୍ୱାସ, ସୁନ୍ଦର ଲାଲ ଗଣ୍ଡ, ଚମାର ସିଂ ଗଣ୍ଡ, ରାଜେନ୍ଦ୍ର ଗଣ୍ଡ, ଅସିତ ଗଣ୍ଡ, ନାରାୟଣ ନାଗେଶ ଓ ଜଗଦିଶ ଗଣ୍ଡ ପ୍ରମୁଖ ଉପସ୍ଥିତ ଥିଲେ।

Comments are closed.