ବିଜେଡିର ଯୁବ-ଛାତ୍ର ନେତାଙ୍କୁ ଖିଣ୍ଡାଛକରେ ସ୍ୱାଗତ ସମ୍ବର୍ଦ୍ଧନା

ରେଙ୍ଗାଲି : ସମ୍ବଲପୁର ଠାରେ ଆଜି ଆୟୋଜିତ ହେଉଥିବା ବିଜୁ ଜନତା ଦଳ ଯୁବ-ଛାତ୍ର ସମ୍ମିଳନୀରେ ଯୋଗ ଦେବାକୁ ଆସିଥିବା ବିଜେଡି ରାଜ୍ୟ ଯୁବ ସଭାପତି ବ୍ୟୋମକେଶ ରାୟ, ଯୁବବ୍ୟାପାର ସାଧାରଣ ସମ୍ପାଦକ ପ୍ରଣବ ବଳବନ୍ତ ରାୟ ଏବଂ ବିଜେଡି ରାଜ୍ୟ ଛାତ୍ର ସଭାପତି ଦେବୀରଞ୍ଜନ ତ୍ରୀପାଠି ଙ୍କୁ ଖିଣ୍ଡା ଛକ ଠାରେ ବିଜେଡି ରେଙ୍ଗାଲି ନିର୍ବାଚନ ମଣ୍ଡଳି ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ନେତାମାନେ ଖିଣ୍ଡା ଛକକୁ ପହଞ୍ଚିଲା ପରେ ଛକରେ ରେ ଥିବା ବୀର ସୁରେନ୍ଦ୍ର ସାଏଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

Comments are closed.