ଉପନିର୍ବାଚନ ପ୍ରସ୍ତୁତି: ରଘୁନାଥପୁର ବ୍ଲକରେ ବିଜେଡ଼ିର କର୍ମୀ ସମ୍ମିଳନୀ

ଆଜି  ମଧ୍ୟାହ୍ନରେ ତିର୍ତ୍ତୋଲ ବିଧାନସଭା ନିର୍ବାଚନ ମଣ୍ଡଳୀର ରଘୁନାଥପୁର ବ୍ଲକର ୧୯ ଗୋଟି ପଞ୍ଚାୟତ କର୍ମୀଙ୍କୁ ନେଇ ଏକ ସମାବେଶ ରଘୁନାଥପୁର​‌ରେ ଅନୁଷ୍ଠିତ ହୋଇଛି । ଏଥିରେ ମନ୍ତ୍ରୀ  ପ୍ରତାପ ଜେନା, ଜଳସମ୍ପଦ ମନ୍ତ୍ରୀ ରଘୁନନ୍ଦନ ଦାଶ, ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ କୁମାର ଦାସବର୍ମା, ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ, ପୂର୍ବତନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂହଦେଓ,  ସାଂସଦ ରାଜଶ୍ରୀ ମଲ୍ଲିକ, ସାଲେପୁର ବିଧାୟକ ପ୍ରଶାନ୍ତ ବେହେରା ଓ ବ୍ଲକ ସଭାପତି ଦେବାଶିଷ ତ୍ରିପାଠୀ ପ୍ରମୁଖ ଯୋଗ ଦେଇଥିଲେ । ଦଳୀୟ ପ୍ରାର୍ଥୀ ବିଜୟ ଶଙ୍କର ଦାସ ଏହି ଅବସରରେ ଉପସ୍ଥିତ ଥିଲେ ।

Comments are closed.