ଏନ୍‌ଡିଏର ରାଜ୍ୟସଭା ଉପାଧ୍ୟକ୍ଷ ପ୍ରାର୍ଥୀଙ୍କୁ ସମର୍ଥନ ଦେବ ବିଜେଡି

0

ଭୁବନେଶ୍ୱର:  ରାଜ୍ୟସଭା ଉପାଧ୍ୟକ୍ଷ ପଦ ପାଇଁ  ଅଗଷ୍ଟ ୯ ତାରିଖରେ ହେବାକୁ ଥିବା ନିର୍ବାଚନରେ ଏନ୍‌ଡିଏର ପ୍ରାର୍ଥୀ ହରିବଂଶ ନାରାୟଣ ସିଂଙ୍କୁ ବିଜେଡି ସମର୍ଥନ କରିବ । ମୁମ୍ବଇରୁ ଫେରିବା ପରେ ବିଜେଡି ସୁପ୍ରିମୋ  ନବୀନ ପଟ୍ଟନାୟକ  ଗଣମାଧ୍ୟମର ପ୍ରତିନିଧିମାନଙ୍କୁ ଏହି ସୂଚନା ଦେଇଛନ୍ତି ।

ମଙ୍ଗଳବାରରେ ହରିବଂଶଙ୍କୁ ସମର୍ଥନ କରିବା ପାଇଁ ଜେଡିୟୁର ଅଧ୍ୟକ୍ଷ ତଥା ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର , ଓଡିଶାର ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ କଲ୍‌ କରିଥିଲେ । ସେହିପରି ମଙ୍ଗଳବାର ଦ୍ୱିପହରରେ  ବିଜେପି ଅଧ୍ୟକ୍ଷ ଅମିତ ଶାହ  ଫୋନ୍‌ କରି ସମର୍ଥନ କରିବାପାଇଁ ନବୀନ ପଟ୍ଟନାୟକଙ୍କୁ  କହିଥିବା ସୂଚନା ମିଳିଥିଲା ।

ବୁଧବାରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଆଲୋଚନା କରିଥିଲେ । ଏହାପରେ ମୁମ୍ବଇରୁ ଫେରିବା ପରେ ଏନ୍‌ଡିଏ ପ୍ରାର୍ଥୀଙ୍କୁ  ବିଜେଡି ସମର୍ଥନ ଦେବ ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି ।

Leave A Reply