ଲୋକସଭା ବାଚସ୍ପତି ନିର୍ବାଚନ; ବିଜେପିକୁ ସମର୍ଥନ କରିବ ବିଜେଡି

ନୂଆଦିଲ୍ଲୀ: ଲୋକସଭା ବାଚସ୍ପତି ପଦବୀ ପାଇଁ ବିଜେପି ଏହାର ସାଂସଦ ଓମ ବିର୍ଲାଙ୍କୁ ଚୟନ କରିଛି। ଆସନ୍ତା ୧୯ ତାରିଖ ଅର୍ଥାତ ବୁଧବାର ଦିନ ବାଚସ୍ପତି ନିର୍ବାଚନ ହୋଇପାରେ। ନିର୍ବାଚନରେ ବିଜେପି ପ୍ରାର୍ଥୀ ଓମ୍‌ ବିର୍ଲାଙ୍କୁ ବିଜେଡି ସମର୍ଥନ ଜଣାଇବ ବୋଲି ନିଷ୍ପତ୍ତି ନେଇଛି। ଏଥିପାଇଁ ବିଜେଡିର ସଂସଦୀୟ ଦଳ ବୈଠକ ବସିଥିଲା। ଏଥିରେ ବିଜେଡି ସାଂସଦମାନେ ଉପସ୍ଥିତ ଥିଲେ। ଦଳର ନିଷ୍ପତ୍ତି ଅନୁସାରେ ବିଜେଡି ଲୋକସଭା ବାଚସ୍ପତି ନିର୍ବାଚନରେ ବିଜେପିକୁ ସମର୍ଥନ କରିବ ବୋଲି ସଂସଦୀୟ ଦଳ ବୈଠକରେ ଚୂଡ଼ାନ୍ତ ହୋଇଥିବା ବିଜେଡି ଲୋକସଭା ସଂସଦୀୟ ଦଳ ନେତା ପିନାକୀ ମିଶ୍ର ସୂଚନା ଦେଇଛନ୍ତି। ବାଚସ୍ପତି ନିର୍ବାଚନରେ ସହମତି ଦେବାକୁ କେନ୍ଦ୍ର ଅନୁରୋଧ କରିଥିଲା ବୋଲି ପିନାକୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

Comments are closed.