ପ୍ରଦୀପଙ୍କ ଜାଗାରେ ମୁଁ ଥିଲେ ଝିଅକୁ ସେଠି ବାହା ଦେଇ ନଥାନ୍ତି: ପ୍ରତାପ ଦେବ

ଭୁବନେଶ୍ବର : ପୂର୍ବତନ ମନ୍ତ୍ରୀ ତଥା ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ବିଜୁ ଜନତା ଦଳର ବହିଷ୍କାର କରାଯିବା ପରେ ପ୍ରଦୀପ ପାଣିଗ୍ରାହୀଙ୍କ ଅଭିଯୋଗ କରିଥିଲେ ଯେ ତାଙ୍କ ବିରୋଧରେ କୌଣସି ଷଡଯନ୍ତ୍ର ହୋଇଛି। ବିଜୁ ଜନତା ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ତାଙ୍କୁ  ଜନବିରୋଧୀ କାର୍ଯ୍ୟ ପାଇଁ ବହିଷ୍କାର କରିଥିବା ବେଳେ ସେ କଣ ଜନବିରୋଧୀ କାର୍ଯ୍ୟ  କରିଛନ୍ତି ବୋଲି ପ୍ରଦୀପ ପାଣିଗ୍ରାହୀ ପ୍ରଶ୍ନ କରିଥିଲେ। ତେବେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଅଭିଯୋଗର ଉତ୍ତର ରଖି ବିଜେଡି ମୁଖାପାତ୍ର ପ୍ରତାପ ଦେବ କହିଛନ୍ତି ଯେ  ତାଙ୍କ ବିରୋଧରେ କୌଣସି ଷଡଯନ୍ତ୍ର ହୋଇନାହିଁ। ଯାହା ତଦନ୍ତରେ ଆସିଲା । ସେହି ହିସାବରେ ତାଙ୍କ ବିରୋଧରେ ପଦକ୍ଷେପ ନିଆଯାଇଛି । ମୁଖ୍ୟମନ୍ତ୍ରୀ ବିନା ପ୍ରମାଣରେ କୌଣସ ପଦକ୍ଷେପ ନିଅନ୍ତି ବୋଲି ପ୍ରତାପ ଦେବ କହିଛନ୍ତି।

ପ୍ରତାପ ଦେବ ଆହୁରୀ ମଧ୍ୟ କହିଛନ୍ତି ଯେ କରୋନା ମହାମାରୀ ଯେତେବେଳେ ଗଞ୍ଜାମ ଜିଲାର ଜନତା ଯୁଝୁଥିଲେ ସେହି ସମୟରେ ସେହି ଜିଲାର ଜଣେ ବିଧାୟକ ପ୍ରଦୀପ ପାଣିଗ୍ରାହୀ ଚାର୍ଟର ଫ୍ଲାଇଟରେ ଉଡୁଥିଲେ। ଏହା କଣ ଜନ ବିରୋଧୀ କାର୍ଯ୍ୟ ନୁହେଁ। ଜିଲାରୁ ଯେତେବେଳେ ଦୈନିକ ହଜାରେ ହଜାରେ ପାଖାପାଖି ସଂକ୍ରମଣ ଚିହ୍ନଟ ହେଉଥିଲେ ସେତେବେଳେ ମଉଜରେ ମାତିଥିଲେ ବିଧାୟକ ପ୍ରଦୀପ ପାଣିଗ୍ରାହୀ। ଥରେ କି ଦୁଇଥର ନୁହେଁ ୧୮ଥର ସେ ଚାର୍ଟାର୍ଡ ବିମାନରେ ବୁଲିଥିଲେ। ଚାର୍ଟାର୍ଡ ବିମାନରେ ଯାହା ଖର୍ଚ୍ଚ କଲେ ତାହା ଲୋକଙ୍କ ପଇସା କି ନୁହେଁ ବୋଲି ପ୍ରତାପ ପ୍ରଶ୍ନ କରିଛନ୍ତି।

ସେହିପରି ପ୍ରତାପ ଆହୁରି କହିଛନ୍ତି ଯେ ପୂର୍ବତନ ମନ୍ତ୍ରୀ ତଥା ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ବିଜୁ ଜନତା ଦଳର ବହିଷ୍କାର କରାଯିବା ପଛରେ କୌଣସି ଷଡଯନ୍ତ୍ର ହୋଇନାହିଁ। ଯାହା ତଦନ୍ତରେ ଆସିଲା, ସେ ଅନୁସାରେ ପଦକ୍ଷେପ ନିଆଯାଇଛି। ମୁଖ୍ୟମନ୍ତ୍ରୀ ବିନା ପ୍ରମାଣରେ ପଦକ୍ଷେପ ନେବେନି। ଆଉ ଓଡ଼ିଶାବାସୀ ମୁର୍ଖ ନୁହଁନ୍ତି, ଓଡ଼ିଶାବାସୀ ସବୁ ଜାଣନ୍ତି। ତଦନ୍ତକୁ ପ୍ରତିରୋଧ ପାଇଁ ପ୍ରଦୀପ ବାବୁଙ୍କର ଏହା ଏକ ବାହାନା। ପ୍ରଦୀପ ବାବୁ ନିଜ ଭାବି ଜ୍ବାଇଁଙ୍କ ଦୋଷ ଘୋଡାଉଛନ୍ତି। କେବଳ ସେତିକି ନୁହେଁ ପ୍ରଦୀପଙ୍କ ସ୍ଥାନରେ ମୁଁ ଥିଲେ ମୋ ଝିଅକୁ ବାହା ଦେଇନଥାନ୍ତି ବୋଲି ପ୍ରତାପ ଦେବ କହିଛନ୍ତି।

ଭାବି ଜ୍ଵାଇଁକୁ ଟାଟା କମ୍ପାନୀର ନକଲି ପରିଚାଳନା ନିର୍ଦେଶକ ଭାବରେ ପ୍ରଦୀପ ଉପସ୍ଥାପିତ କରିଛନ୍ତି ଓ ବିଳାସପୂର୍ଣ ଜୀବନ ବିତାଇଛନ୍ତି । ପିଲାଙ୍କୁ ଭୁଲ୍ ପଥରେ ଯିବାରୁ ରୋକିବା, ଉଚିତ୍ ରାସ୍ତା ଦେଖାଇବା ବାପାମାଆଙ୍କ କର୍ତ୍ତବ୍ୟ । ହେଲେ ଏଠି ନିଜର ସ୍ବାର୍ଥ ପାଇଁ ଆରାମ ଦାୟକ ଜୀବନ ପାଇଁ ନିଜେ ବାପାମାଆ ନିଜ ପିଲାଙ୍କୁ ଦୁର୍ନୀତିର ଦଳ ଭିତରକୁ ଠେଲି ଦେଇଛନ୍ତି । ଗୋଟିଏ ପରେ ଗୋଟିଏ ଦୁର୍ନୀତି କରିବାକୁ ପ୍ରୋତ୍ସାହନ କରିଛନ୍ତି । ଯାହା ଦ୍ଵାରା ଶଶୂର ଘର ଲୋକେ ନିଜର ପତିଆରା ଜୀବନ ବିତାଇପାରିବେ । ନିଜର ଭାବି ଜ୍ଵାଇଁ ଆକାଶ ପାଠକଙ୍କୁ ଟାଟା କମ୍ପାନୀର ପରିଚାଳନା ନିର୍ଦେଶକ ଭାବରେ ପରିଚୟ ଦେଇ ପ୍ରଦୀପ ପାଣିଗ୍ରାହୀ ତାଙ୍କ ନିର୍ବାଚନ ମଣ୍ଡଳୀରେ ଚାକିରିରେ ଦେବାର ପ୍ରତିଶ୍ରୁତି ଦେଇ ଲକ୍ଷ ଲକ୍ଷ ଟଙ୍କା ଆତ୍ମସାତ୍ କରିଥିଲେ । ବିସ୍ଥାପିତ ପରିବାର ଲୋକଙ୍କୁ ଚାକିରି ଦେବା ନାଁରେ ଠକି ଥିଲେ । ଏହାପରେ ମଧ୍ୟ ପ୍ରଦୀପ ବାବୁ ନିଜ ଭାବି ଜ୍ବାଇଁଙ୍କ ଦୋଷ ଘୋଡାଉଛନ୍ତି। କେବଳ ସେତିକି ନୁହେଁ ପ୍ରଦୀପଙ୍କ ସ୍ଥାନରେ ମୁଁ ଥିଲେ ମୋ ଝିଅକୁ ବାହା ଦେଇନଥାନ୍ତି ବୋଲି ପ୍ରତାପ ଦେବ କହିଛନ୍ତି।

Comments are closed.