ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ଭୁବନେଶ୍ବରରେ ଆରମ୍ଭ ହେଲା ସାମାଜିକ ସେବା କାର୍ଯ୍ୟକ୍ରମ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ସଭାପତି ଶ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ଅକ୍ଟୋବର ୨ ରୁ ନଭେମ୍ବର ୨ ପର୍ଯ୍ୟନ୍ତ ଏକ ମାସ ଧରି ହେବାକୁ ଥିବା ସାମାଜିକ ସେବା କାର୍ଯ୍ୟକ୍ରମରେ ଆଜି ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ଭୁବନେଶ୍ବର ସ୍ଥିତ ବକ୍ସି ଜଗବନ୍ଧୁ ବିଦ୍ୟାଧର ସ୍ଵୟଶାସିତ ମହାବିଦ୍ୟାଳୟରେ ସାମାଜିକ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ତତ୍ ସହିତ ବୃକ୍ଷରୋପଣ କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ କରାଯାଇଥିଲା। କାର୍ଯ୍ୟକ୍ରମରେ ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସଭାପତି ଦେବୀ ରଞ୍ଜନ ତ୍ରିପାଠୀ, ଭୁବନେଶ୍ୱର ଏକାମ୍ର ବିଧାୟକ ଅଶୋକ ପଣ୍ଡା, ଉତ୍ତର ବିଧାୟକ ସୁଶାନ୍ତ ରାଉତ, ବିଧାୟକ ଅନନ୍ତ ନାରାୟଣ ଜେନା, ବିଜୁ ଜନତା ଦଳର ରାଜ୍ୟ ସମ୍ପାଦକ ଅମରେଶ ଜେନା ପ୍ରମୁଖ ବିଜୁ ଜନତା ଦଳର ବରିଷ୍ଟ ପଦାଧିକାରୀ କାର୍ଯ୍ୟକ୍ରମରେ ଯୋଗ ଦେଇ ସମସ୍ତଙ୍କୁ ଉତ୍ସାହିତ କରିଥିଲେ।

ଏହି ଅବସରରେ ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସଭାପତି ଦେବୀ ରଞ୍ଜନ ତ୍ରିପାଠୀ ନିଜ ପ୍ରତିକ୍ରିୟାରେ କହିଛନ୍ତି ଆଜି ବିଜେବି କଲେଜରେ ଆୟୋଜିତ ହୋଇଥିବା ବିଜୁ ଛାତ୍ର ଜନତା ଦଳର ସାମାଜିକ ସେବା କାର୍ଯ୍ୟକ୍ରମ ଆଗାମୀ ଦିନରେ ସମଗ୍ର ରାଜ୍ୟବ୍ୟାପୀ ଜାରି ରହିବ ତତ୍ ସହିତ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଶ୍ରମଦାନ ଓ ସାମାଜିକ ସେବା କାର୍ଯ୍ୟକ୍ରମର ଯେଉଁ ନିର୍ଦେଶ ରହିଛି ତାହାକୁ ବିଜୁ ଛାତ୍ର ଜନତା ଦଳ ପ୍ରତେକ କଲେଜ କ୍ୟାମ୍ପସରେ ସଫଳତାର ସହିତ ପ୍ରତିପାଦନ କରିବା ବୋଲି ମୋର ଦୃଢ ବିଶ୍ବାସ ରହିଛି।

 

ବିଜେବି କଲେଜର ପୂର୍ବତନ ଛାତ୍ର ତଥା ବିଜୁ ଜନତା ଦଳର ରାଜ୍ୟ ବରିଷ୍ଟ ଉପସଭାପତି ଅଜିତ୍ ବେହେରା, ଭୁବନେଶ୍ୱର ଜୋନ୍ ସଭାପତି ଭଗବାନ ସାହୁ, ବିଜୁ ଛାତ୍ର ଜନତା ଦଳର ରାଜ୍ୟ ଉପସଭାପତି ଶିବବ୍ରତ ନାୟକ, ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସମ୍ପାଦକ ସ୍ମୃତି ପଣ୍ଡା, ବିଜୁ ଛାତ୍ର ଜନତା ଦଳର ଭୁବନେଶ୍ବର ଜିଲ୍ଲା ଉପସଭାପତି ଶିବ ପ୍ରସାଦ ମହାପାତ୍ର, ଏବଂ ଛାତ୍ର ନେତା ଯୋଗେଶ ଜେନା, ସମିମ୍ ଅଖତର, ଲଗ୍ନଜିତ୍ ପାତ୍ର, ରଞ୍ଜନ ପଣ୍ଡା, ସାଇରଞ୍ଜନ୍ ବେହେରା, ଅନୁପମ ପରିଡ଼ା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ଏହି ଅବସରରେ ବିଜୁ ଛାତ୍ର ଜନତା ଦଳର ଭୁବନେଶ୍ବର ଜିଲ୍ଲା ସଭାପତି ସୁଭାଷ ସାହୁ, ଖୋର୍ଦ୍ଧା ଜିଲ୍ଲା ସଭାପତି ବିଶ୍ୱଦୀପ୍ ପ୍ରଧାନ, ରାଜ୍ୟ ବରିଷ୍ଟ ଉପସଭାପତି ସ୍ୱାଗତିକା ମହାନ୍ତି, ରାଜ୍ୟ ଉପସଭାପତି ପ୍ରଦୋଷ ପରିଡ଼ା, ବିଜୟ ବସନ୍ତିଆ, ଅପୂର୍ବ ଅପରୂପା,ରାଜ୍ୟ ସାଧାରଣ ସମ୍ପାଦକ ମିକୁ ପ୍ରଧାନ, ଶକ୍ତି ରଥ, ଦେବସ୍ମିତା ଦାସ, ରାଜ୍ୟ ସମ୍ପାଦକ ରଞ୍ଜିତ ଦାସ, ସଂସଦ ନାୟକ, ଚିନ୍ମୟୀ ଜେନା, ବିଜୟଲକ୍ଷ୍ମୀ ଦାସ, ସ୍ନେହାଶିସ୍ ଜେନା, ସୁଚିଶ୍ମିତା ବେହେରା,ରାଜ୍ୟ ଯୁଗ୍ମ ସମ୍ପାଦକ ବିଦିଶା ପ୍ରିୟଦର୍ଶିନୀ, ବିବେକ ସ୍ବାଇଁ ପ୍ରମୁଖ ଅନେକ ଛାତ୍ର ନେତା ଉପରୋକ୍ତ କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ।

Comments are closed.