ଡମପଡାଗଡରେ ବିଜୁ ଛାତ୍ର ଜନତା ଦଳର ସାମାଜିକ ସେବା କାର୍ଯ୍ୟକ୍ରମ

ବାଙ୍କୀ : ବିଜୁ ଯୁବ ଜନତା ଦଳ ସୌଜନ୍ୟରେ ଡମପଡା ବ୍ଲକର ଡମପଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଏକ ସାମାଜିକ ସେବା କାର୍ଯ୍ୟକ୍ରମ ରବିବାର ଦିନ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ରାଜ୍ୟ ବିଜୁ ଛାତ୍ର ଜନତା ଦଳର ସଭାପତି ତଥା ବାଙ୍କୀ ବିଧାୟକ ଦେବୀରଂଜନ ତ୍ରିପାଠୀ ମୁଖ୍ୟଅତିଥି ଭାବରେ ଯୋଗଦେଇ ବିଜୁ ଯୁବ ଜନତା ଦଳର କର୍ମୀ ମାନଙ୍କୁ ସାମାଜିକ ସେବା କାର୍ଯ୍ୟକ୍ରମ ପାଇଁ ଆହ୍ୱାନ ଦେଇଥିଲେ । ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ସହିତ ବୃକ୍ଷ ଚାରା ରୋପଣ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରାଯାଇଛି । ବୃକ୍ଷ ହିଁ ଜୀବନ ଏଥି ପାଇଁ ବ୍ୟାପକ ବୃକ୍ଷ ରୋପଣ ଓ ବୃକ୍ଷର ଉପଯୁକ୍ତ ଯତ୍ନ ନେବା ବିଧାୟକ ପରାମର୍ଶ ଦେଇଥିଲେ । କାର୍ଯ୍ୟକ୍ରମରେ ଡମପଡା ବ୍ଲକ ଅଧ୍ୟକ୍ଷ ସୂର୍ଯ୍ୟ ନାରାୟଣ ପାତ୍ର, ବରିଷ୍ଠ ଆଇନଜିବୀ ଗୈାରୀଶଙ୍କର ନନ୍ଦ, ଡମପଡା ବ୍ଲକ ବିଜୁ ଯୁବ ଜନତା ଦଳର ସଭାପତି ଭାଗିରଥୀ ପାଣି, କଟକ ଜିଲ୍ଲା ଯୁବ ବିଜେଡି ସଭାପତି ସ୍ମୃତିରଂଜନ ନାୟକଙ୍କ ସମେତ ବ୍ଲକ ଅଧିନ ୧୭ ଗୋଟି ପଞ୍ଚାୟତର ଯୁବ ବିଜେଡି ସଭାପତି ଏବଂ ଅନ୍ୟାନ୍ୟ କର୍ମକର୍ତ୍ତା ମାନେ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ଡମପଡା ପଞ୍ଚାୟତ ଯୁବ ବିଜେଡି ସଭାପତି ଅଜିତ କୁମାର ସ୍ୱାଇଁ, ଶିଶିର ବେହେରା ପ୍ରମୁଖ ସହଯୋଗ କରିଥିଲେ । ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧ୍ୟିକ୍ଷକ ପୁଷ୍ପଲତା ମହାପାତ୍ର ଏବଂ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ।

Comments are closed.