ଯୁବ ବିଜେଡ଼ିର ସଫେଇ ଅଭିଯାନ

ଚୌଦ୍ୱାର : କଟକ ଜିଲା ବିଜେଡ଼ି ତରଫରୁ ବିରାଟ ବଜାରସ୍ଥିତ ରାଜ୍ୟ ବୀମା ଚିକିତ୍ସାଳୟରେ ସଫେଇ ଓ ସେବାକାର୍ଯ୍ୟ ଅନୁଷ୍ଠିତ ହୋଇ ଯାଇଛି । ବିଜୁ ଜନତାଦଳ ସଭାପତି ତଥା  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଦଳ ତରଫରୁ ଗାନ୍ଧୀ ଜୟନ୍ତୀରୁ ଆରମ୍ଭ କରାଯାଇଥିବା ଏହି ସେବା କାର୍ଯ୍ୟ ପରିପ୍ରେକ୍ଷୀରେ କଟକ ଜିଲା ବିଜୁ ଯୁବ ଜନତା ଦଳ ସଭାପତି ସ୍ମୃତି ରଞ୍ଜନ ନାୟକଙ୍କ ନେତୃତ୍ୱରେ ଚୌଦ୍ୱାର କଟକ ନିର୍ବାଚନ ମଣ୍ଡଳୀର ବହୁ ସଂଖ୍ୟକ ଯୁବ ବିଜେଡ଼ି ଓ ଛାତ୍ର ବିଜେଡ଼ି ସଦସ୍ୟ ଯୋଗଦେଇ ବୀମା ଚିକିତ୍ସାଳୟ ପରିସର ସଫେଇ କରିଥିଲେ । ପରେ ପରେ ସଦସ୍ୟ ମାନେ ଡାକ୍ତରଖାନାରେ ଚିକିତ୍ସାଧୀନ ରୋଗୀ ଓ କର୍ମଚାରୀ ମାନଙ୍କୁ ଭେଟି ସେମାନଙ୍କର ସମସ୍ୟା ସମ୍ପର୍କରେ ପଚାରି ବୁଝିଥିଲେ। ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳ ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରି ଯୁବକ ମାନଙ୍କୁ ଉତ୍ସାହିତ କରିଥିଲେ । ଦଳର ଜିଲା ସମ୍ପାଦକ ଶୁଭେନ୍ଦୁ ସାମଲ, ପୂର୍ବତନ କାଉନସିଲର କରୁଣାକର ସାହୁ, ସୁବ୍ରତ ସାମଲ, ବିରାଟ ବଜାର ପୂଜା କମିଟି ସଭାପତି ପ୍ରଶାନ୍ତ ବରାଳ ପ୍ରମୁଖ ଏଥିରେ ଅତିଥି ଭାବେ ଯୋଗ ଦେଇଥିଲେ । ସଫେଇ କାର୍ଯ୍ୟକ୍ରମକୁ ଯୁବ ବିଜେଡ଼ି ରାଜ୍ୟ ଯୁଗ୍ମ ସମ୍ପାଦକ ଅଶୋକ ମିଶ୍ର, ଚୌଦ୍ୱାର ନଗର ଯୁବ ବିଜେଡ଼ି ସଭାପତି ଅର୍ଜୁନ ପଣ୍ଡା, ଜିଲା ଯୁବ କର୍ମକର୍ତ୍ତା ଶୁଶୁତ ମହାନ୍ତି, ଲୋକନାଥ ଲେଙ୍କା, ରାଜନ କାଦ୍ରି, ସୌଭାଗ୍ୟ ଶତପଥି, ଶତ୍ରୁଜିତ ମିଶ୍ର, ବୀଣାପାଣି ଦାସ,ସୁଦିପ୍ତା ବିଶ୍ୱାଳ, ତୃପ୍ତି କର,ବିକ୍ରମ ଛାଟୋଇ,ପ୍ରଭାତ ଜେନା ପ୍ରମୁଖ ପରିଚାଳନା କରିଥିଲେ ।

Comments are closed.