କୋଭିଡ ନିୟମ ଉଲ୍ଲଂଘନ ଅଭିଯୋଗ; କର୍ମୀ ସମ୍ମିଳନୀ ନାଁରେ କରୋନା ବଣ୍ଟା ପର୍ବ

ଗୁଡଭେଲା: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ବିଗୁଲ ବାଜିବା ପରେ ରାଜନୈତିକ ଉଷ୍ମତା ଦେଖା ଦେଇଛି ଗାଁ ଗଣ୍ଡାରେ। କିନ୍ତୁ ବଲାଙ୍ଗୀର ଜିଲ୍ଲାର ଗୁଡଭେଲା ବ୍ଲକରେ ନିଆରା ଢଙ୍ଗରେ ରାଜନୈତିକ ଦଳଗୁଡିକ ପ୍ରଚାର କାର୍ୟ୍ୟରେ ଲାଗି ପଡିଛନ୍ତି । ଗାଁ ଗାଁରେ ମଦ ମାଂସ ଭୋଜିର ଆସର ଜମାଇ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ଯୋଜନା କରୁଛନ୍ତି। ସଭା ସମିତିକୁ ନିର୍ବାଚନ କମିଶନ ବାରଣ କରିଥିଲେ ମଧ୍ୟ ଶାସକ ଦଳର ମନ୍ତ୍ରୀ ଟୁକୁନୀ ସାହୁ ଶହ ଶହ ଲୋକଙ୍କୁ ଏକତ୍ରିତ କରି ସଭା କରୁଥିବା ଅଭିଯୋଗ କରିଛି ବ୍ଲକ ବିଜେପି । ଗୁଡ଼ଭେଳା ବ୍ଲକରେ ଜିଲ୍ଲା ପରିଷଦ ଜୋନ୍ ୬ ଓ ୫ ନମ୍ବର ଜୋନ ରହିଛି । ୫ ନମ୍ବର ଜୋନରେ ବଡଙ୍ଗୋମୁଣ୍ଡ, ସମରା, ନୂଆପଡ, ରୁଷୁଡା, ଚିଞ୍ଚେଡ ପଞ୍ଚାୟତ ରହିଛି । ସେହିପରି ୬ ନମ୍ବରରେ ତେନ୍ତୁଳିଖୁଣ୍ଟି, ଦେଉଳଗୁଡି, ମାଢେକେଲା, ଗୁଡଭେଲା, ଘୁନା, ବିରାମୁଣ୍ଡା, ଜାମୁଟ, ଗମ୍ଭାରିଗୁଡା ଭଳି ୮ଟି ପଞ୍ଚାୟତ ରହିଛି ।

ଗତ ୨୦୧୭ ନିର୍ବାଚନରେ ଏହି ଦୁଇଟି ଆସନକୁ ବିଜେପି ଅକ୍ତିଆର କରିଥିଲା । ହେଲେ ସ୍ଥାନୀୟ ବିଧାୟିକା ଟୁକୁନୀ ସାହୁଙ୍କ ନେତୃତ୍ୱରେ ନିର୍ବାଚନ ଲଢେ଼ଇ କରିଥିଲେ ମଧ୍ୟ ଦୁଇଟି ଜୋନରେ ଦ୍ୱିତୀୟ ବିଜେଡି ପରାଜିତ ହୋଇଥିଲା । ହେଲେ ଚଳିତ ନିର୍ବାଚନରେ ସେ ନିର୍ବାଚନରେ ସେହିପରି ପରାଜୟକୁ ଦୋହରା ନ ଯାଇ ଦୁଇଟି ଆସନକୁ କିପରି ବିଜେଡି ଅକ୍ତିଆରକୁ ଆସିବ ତାହାନେଇ ଆପ୍ରାଣ ଉଦ୍ୟମ ଚଲାଇଥିବା ଜଣାପଡିଛି । ବୁଧୁବାର ଦିନ ବିଜେଡ ପକ୍ଷରୁ ବ୍ଳକର ୫ ନମ୍ବର ଜୋନ୍ ପାଇଁ ରୁଷୁଡାଠାରେ ଓ ୬ ନମ୍ବର ଜୋନ୍ ପାଇଁ ଗୁଡଭେଲା ଖେଳ ପଡିଆରେ ବ୍ଳକ ସଭାପତି ଅରୁଣ ପ୍ରଧାନଙ୍କ ନେତୃତ୍ୱରେ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଏଥିରେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ତଥା ମିଶନ ଶକ୍ତି ମନ୍ତ୍ରୀ ଟୁକୁନୀ ସାହୁ ଯୋଗ ଦେଇଥିଲେ। ବ୍ଳକର ଶତାଧିକ ବିଜେପି ତଥା କଂଗ୍ରେସ କର୍ମୀ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟଧାରାରେ ଅନୁପ୍ରାଣିତ ହୋଇ ବିଜେଡିରେ ଯୋଗଦେଇଥିବା କର୍ମୀଙ୍କୁ ଓପଢୋକନ ଦେଇ ସମ୍ବର୍ଦ୍ଧିତ କରିଥିଲେ । ୫ ନମ୍ବର ଜୋନର ଜିଲ୍ଲା ପରିଷଦ ପ୍ରାର୍ଥୀ ପ୍ରଦୀପ ପଣ୍ଡା ଏବଂ ୬ ନମ୍ବର ଜୋନର ଜିଲ୍ଲା ପରିଷଦ ପ୍ରାର୍ଥୀ ରାମନିବାସ ଅଗ୍ରୱାଲଙ୍କ ଦଳୀୟ ପ୍ରାର୍ଥୀଙ୍କୁ ଏକଜୁଟ ହେଇ ବିପୁଳ ପରିମାଣ ଭୋଟ ବିଜୟୀ କରିବା ପାଇଁ କର୍ମୀମାନଙ୍କୁ ଆହ୍ୱାନ ଦେଇଥିଲେ । ସେହିପରି ବ୍ଳକ ଅଧ୍ୟକ୍ଷ ଆସନଟିକୁ ମଧ୍ୟ ନିଜର ଅକ୍ତିଆରକୁ ଆଣିବା ପାଇଁ ଦଳକୁ ସର୍ମଥନ କରୁଥିବା ସମିତି ସଭ୍ୟ ଏବଂ ସରପଞ୍ଚ ପ୍ରାଥୀଙ୍କ ମଧ୍ୟ ଜିତେଇ ମୁଖ୍ୟମନ୍ତ୍ରୀଙ୍କ ହାତ ମୁଠାକୁ ଆହୁରି ମଜଭୁତ କରିବା ତାହା ନେଇ ଶ୍ରୀମତୀ ସାହୁ ମତ ପ୍ରକାଶ କରିଥିଲେ । ବୃହତ ପାନୀୟ ଜଳ ପ୍ରକଳ୍ପ, ରାହୁଳ ନଦୀର ବେରେଜ କାମ ବହୁତ କମ୍ ସମୟରେ ଆରମ୍ଭ ହେବା ସହ ଗୁଡଭେଲା ସ୍ଥିତ ଗ୍ରୀଡ ଦୁଇ ମାସ ଭିତରେ କାମ ସଂପୂର୍ଣ୍ଣ ହେବ ବୋଲି କର୍ମୀଙ୍କ ପ୍ରତିଶ୍ରୁତି ଦେଇ ଦେଇଥିଲେ । ସେହିପରି ବ୍ଳକ ସ୍ତରର ଅନେକ ବିଜେଡିର କର୍ମକର୍ତ୍ତା ମଞ୍ଚାସୀନ ହୋଇ ବିଜେଡିକୁ କିପରି ବିପୁଳ ମାତ୍ରାରେ ଭୋଟ ଦେଇ ବିଜୟ କରାଯିବ ତାହା ନେଇ ନିଜ ନିଜ ମତ ପ୍ରକାଶ କରିଥିଲେ । ଏଥିରେ ବ୍ଳକର ୧୩ଟି ପଞ୍ଚାୟତର ବିଜେଡି ଦଳ ସମିତି ସଭ୍ୟ ପ୍ରାର୍ଥୀ ଉପସ୍ଥିତ ଥିଲେ ।

ଏହାସହ ତୁଷୁରା ଏନଏସି ମନ୍ତ୍ରୀଙ୍କ ପ୍ରତିନିଧି ନିରୋଦ ନାଗ, ନଗର ଯୁବ ସଭାପତି ଅଜୟ ଜେଶ୍ବାଲ,କମଳ କିଶୋର ଜୈନ, ବ୍ଳକ ଯୁବ ସଭାପତି ଶତିଷ ଅଗ୍ରୱାଲ, ଛାତ୍ରଛାତ୍ରୀ ସଭାପତି ମନୋଜ ରଣା, ଯୁବ ନେତା ରାଜା ବର୍ଗତ୍ତି, ସତ୍ୟ ପ୍ରିୟ କମ୍ପ, ନନ୍ଦ କିଶୋର ରଣା ପ୍ରମୁଖ ଉପସ୍ଥିତ ଥିଲେ । ଗତ ତିନି ବର୍ଷ ହେଲା ସମଗ୍ର ପୃଥିବୀକୁ କରୋଣା ମରାମତି ଗ୍ରାସି ରହିଛି। ରାଜ୍ୟ ନିର୍ବାଚନ ଆୟଗଙ୍କ ନିର୍ଦ୍ଦେଶ ଅନୁସାରେ ବିଭିନ୍ନ ସଭା ସମିତିରେ ସଂଖ୍ୟାଧିକ ଲୋକଙ୍କୁ ନେଇ ମନା କରାଯାଉଥିବା ସହ ପାଞ୍ଚ ଜଣ ଲୋକଙ୍କୁ ନେଇ ଘର ଘର ବୁଲି ପ୍ରଚାର କରିବା ପାଇଁ ନିର୍ଦ୍ଦେଶ ରହିଛି । ହେଲେ ଗୁଡଭେଲା ବ୍ଳକରେ ବିଜେଡି କରୋନା କଟକଣା ନିୟମକୁ ଉଲ୍ଲଂଘନ କରି ସଭାସମିତି କରୁଛି ବୋଲି ବିଜେପି ମଣ୍ଡଳ ସଭାପତି ଭମର ସେଠ ଅଭିଯୋଗ କରିଛନ୍ତି। ଶହ ଶହ ଲୋକଙ୍କ ନେଇ ସଭା ସମିତି ହେଉଥିବାରୁ ନିର୍ବାଚନ ନାଁରେ କରୋନା ବାଣ୍ଟିବେ କି ମନ୍ତ୍ରୀ ବୋଲି ବିରୋଧୀ ଲୋକଙ୍କ ମଧ୍ୟରେ ଆଲୋଚନା ହେଉଛି ।

Comments are closed.