ବିଜେଡିରେ ମିଶ୍ରଣ ପର୍ବ

ବାଙ୍କୀ : ବାଙ୍କୀ ବିଧାୟକ ଦେବୀରଞ୍ଜନ ତ୍ରିପାଠୀଙ୍କ ସରକାରୀ ବାସଭବନରେ ଶୁକ୍ରବାର ଅପରାହ୍ନରେ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ବାଙ୍କୀ ବ୍ଲକ ବ୍ରହ୍ମପୁରା ପଂଚାୟତ ଅନ୍ତର୍ଗତ ରାଜସ୍ୱ ଗ୍ରାମ ତିଅରସାହି ସୁନାଦେଈ ପାଟଣାର ୩୦ରୁ ଅଧିକ ଅନ୍ୟ ଦଳର କର୍ମୀ ମାନେ ବିଜେଡିରେ ଯୋଗଦାନ କରିଛନ୍ତି । ପଂଚାୟତର ପୂର୍ବତନ ସରପଂଚ ବୈକୁଣ୍ଠ ମୁଦୁଲି ଏବଂ ଦିନବନ୍ଧୁ ଦେବତାଙ୍କ ନେତୃତ୍ୱରେ ନବାଗତ ସଦସ୍ୟ ମାନେ ସ୍ୱଇଚ୍ଛାରେ ବିଜେଡିର କାର୍ଯ୍ୟଧାରା ଓ ନବୀନ ପଟ୍ଟନାୟକଙ୍କର ଲୋକାଭିମୁଖୀ କାର୍ଯ୍ୟ ପ୍ରତି ପ୍ରଭାବିତ ହୋଇ ଦଳରେ ସାମିଲ ହୋଇଥିବା ସୂଚନା ମିଳିଛି । ବାଙ୍କୀର ପୂର୍ବତନ ବିଧାୟକ ପ୍ରଭାତ କୁମାର ତ୍ରିପାଠୀ ସମସ୍ତ ନବାଗତ ସଦସ୍ୟ ମାନଙ୍କୁ ଦଳୀୟ ଉତରୀୟ ପ୍ରଦାନ କରି ସ୍ୱାଗତ କରିଥିଲେ। ଆଗାମୀ ପଂଚାୟତ ନିର୍ବାଚନରେ ଏଭଳି ମିଶ୍ରଣ ବିଜେଡି ଦଳକୁ ଅଧିକ ମଜବୁତ୍ କରିବ ବୋଲି କର୍ମୀ ମାନେ ନିଜର ଦୃଢୋକ୍ତି ପ୍ରକାଶ କରିଛନ୍ତି।

Comments are closed.