ନିର୍ବାଚନ ଆସିଲେ ବିରୋଧୀ ନାରୀ ସୁରକ୍ଷାକୁ ପ୍ରସଙ୍ଗ କରନ୍ତି : ବିଜେଡି

ଭୁବନେଶ୍ୱର :  ନିର୍ବାଚନ ଆସିଲେ ହିଁ ବିରୋଧୀ ଦଳ ନାରୀ ସୁରକ୍ଷା ପ୍ରସଙ୍ଗ ଉଠାନ୍ତି। ଆଉ ନିିର୍ବାଚନ ସରିଗଲେ ଏହି କଥାକୁ ଭୁଲିଯାଆନ୍ତି । ନିର୍ବାଚନ ପାଇଁ ବିରୋଧୀମାନେ ଶସ୍ତା ରାଜନୀତି କରନ୍ତି ବୋଲି ବିଜେଡି ମୁଖପାତ୍ର ତଥା ସାଂସଦ ସସ୍ମିତ ପାତ୍ର କହିଛନ୍ତି।
ଶନିବାର ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି ଯେ ୨୦୧୪ ସାଧାରଣ ନିର୍ବାଚନ ଓ ବିଜେପୁର-ଉପନିର୍ବାଚନ ପୂର୍ବରୁ ଜାଣିଶୁଣି ବିରୋଧୀ ୨୦୧୩ ଇତିଶ୍ରୀ ପ୍ରଧାନ ଘଟଣା ଓ ୨୦୧୭ର କୁନ୍ଦୁଲି ଘଟଣାକୁ ପ୍ରସଙ୍ଗ କରିଥିଲେ । ହେଲେ ନିର୍ବାଚନ ସରିଯିବା ପରେ ଏହି କଥାକୁ ବିରୋଧୀ ଭୁଲି ଯାଇଥିଲେ। କେବଳ ନିର୍ବାଚନ ବୈତରଣୀ ପାର୍ ହେବା ପାଇଁ ବିରୋଧୀ ଏପରି ଶସ୍ତା ରାଜନୀତି କରୁଥିଲେ। ସରକାର ସବୁବେଳେ ନାରୀ ସୁରକ୍ଷା ପ୍ରସଙ୍ଗକୁ ଗୁରୁତ୍ୱର ସହ ନେଇଥାନ୍ତି ବୋଲି ବିଜେଡି ମୁଖପାତ୍ର ଶ୍ରୀ ପାତ୍ର କହିଛନ୍ତି।

Comments are closed.