ମହାଲିଙ୍ଗ ସନସାଇନ୍‌ ପବ୍ଲିକ ସ୍କୁଲ ଅଧ୍ୟାପିକା ହତ୍ୟା ମାମଲା : ଯେଉଁମାନେ ସମ୍ପୃକ୍ତ ତାଙ୍କୁ ଗିରଫ କରାଯିବ

ବିଜେଡି ସାମ୍ବାଦିକ ସମ୍ମିଳନୀ

ଭୁବନେଶ୍ବର : ମହାଲିଙ୍ଗ ସନସାଇନ୍‌ ପବ୍ଲିକ ସ୍କୁଲ ଅଧ୍ୟାପିକା ହତ୍ୟା ମାମଲାରେ, ଯେଉଁମାନେ ସମ୍ପୃକ୍ତ ତାଙ୍କୁ ଗିରଫ କରାଯିବ ବୋଲି ବିଜେଡି ପକ୍ଷରୁ ମୁଖ୍ୟ ସଚେତକ ପ୍ରମୀଳା ମଲ୍ଲିକ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି । ତେବେ ମନ୍ତ୍ରୀ ଇସ୍ତଫା ଦେଲେ ମମିତାଙ୍କୁ ନ୍ୟାୟ ମିଳିବ କି ? ବୋଲି ପ୍ରମିଳା ପ୍ରଶ୍ନ କରିଛନ୍ତି । ସେହିପରି ଉତ୍ତର ପ୍ରଦେଶ ମାମଲାରେ କାହିଁକି ରାଜ୍ୟ ବିଜେପି ଚୁପ ବୋଲି ସେ ଓଲଟା ପ୍ରଶ୍ନ କରିଛନ୍ତି ? ଓଡ଼ିଶା ପୋଲିସ ଉପରେ କାହିଁକି ବିଜେପିର ଭରସା ନାହିଁ  ବୋଲି ସେ ପ୍ରଶ୍ନ କରିଛନ୍ତି ।

ଓଡ଼ିଶା ପୁଲିସ ଓ ନ୍ୟାୟପାଳିକା ଉପରେ ଆମର ଭରସା ଅଛି ଯିଏ ଏହି ମାମଲାରେ ଦୋଷୀ ତାଙ୍କ ବିରୋଧରେ ଦଣ୍ଡବିଧାନ ହେବ। ଏହି ମାମଲାରେ ମମିତାଙ୍କୁ ନ୍ୟାୟ ମିଳିବ ବୋଲି ସେ କହିଛନ୍ତି । ଅନ୍ୟପକ୍ଷରେ ମହାଲିଙ୍ଗ ସନସାଇନ୍‌ ପବ୍ଲିକ ସ୍କୁଲ ଅଧ୍ୟାପିକା ହତ୍ୟା ମାମଲାରେ ସେହି ଶିକ୍ଷାନୁଷ୍ଠାନକୁ ବିରୋଧୀ ନିନ୍ଦା ନ କରନ୍ତୁ ସେ କଲେଜ ବଦ୍‌ନାମ ନ ହେଉ, ପିଲାଙ୍କ ଭବିଷ୍ୟତ ଅନ୍ଧାର ନ ହେଉ ବୋଲି ସେ କହିଛନ୍ତି।

ରାଜ୍ୟ ପୁଲିସ ସବୁବେଳେ ନିରପେକ୍ଷ ଭାବେ କାମ କରୁଛି । ରାଜ୍ୟରେ କୌଣସି ନାରୀ ନିର୍ଯାତନା ମାମଲା ଲୁଚାଇ ରଖା ଯାଉନାହିଁ । ନାରୀ ନିର୍ଯାତନା ଅଭିଯୋଗ ଆସିଲେ ମାମଲା ରୁଜୁ କରାଯାଉଛି । ଯାହାକୁ ଦାୟିତ୍ୱ ଦିଆ ଯାଇଛି, ସେ ପ୍ରଭାବିତ ହେବେ ନାହିଁ । ଯଦି ମନ୍ତ୍ରୀଙ୍କ ସମ୍ପୃକ୍ତି ଥିବ ସେ ଗିରଫ ହେବେ, ଦଣ୍ଡ ପାଇବେ । ମନ୍ତ୍ରୀ ଇସ୍ତଫା ଦେଇ ଦେଲେ କଣ ନ୍ୟାୟ ମିଳି ଯିବ କି ? ତଦନ୍ତ ବନ୍ଦ ହେବ କି ? ସବୁ ଶେଷ ହୋଇ ଯିବ କି ବୋଲି ପ୍ରମିଳା ମଲିକ ପ୍ରଶ୍ନ କରିଛନ୍ତି ।

Comments are closed.