ଧର୍ମେନ୍ଦ୍ରଙ୍କ ଅଭିଯୋଗର ଜବାବ ରଖିଲା ବିଜେଡି

ଭୁବନେଶ୍ୱର : ବିଜେପିର ସାମ୍ବାଦିକ ସମ୍ମିଳନୀକୁ ନେଇ ବିଜେଡି ନିଜର ଜବାବ ରଖିଛି। ଏହାର ଉତ୍ତରରେ ବିଜେଡି ମୁଖପାତ୍ର ସସ୍ମିତ ପାତ୍ର କହିଛନ୍ତି, ଗରିବିରେ ବିଜେପି ଶାସିତ ରାଜ୍ୟ ଆଗୁଆ, ରାଜ୍ୟରେ ୯ ଲକ୍ଷ ଯୁବକ ଯୁବତୀଙ୍କୁ ଦକ୍ଷତା ବିକାଶ ତାଲିମ ଦିଆଯାଇଛି, ୧୮-୧୯ ଆର୍ଥିକ ବର୍ଷରେ ୧ଲକ୍ଷ ଯୁବକ ଯୁବତୀଙ୍କୁ ଚାକିରି ଦିଆଯାଇଛି, ମିଶନ ଶକ୍ତିରେ ୭୦ଲକ୍ଷ ମହିଳାଙ୍କୁ ଶସକ୍ତ କାରଯାଇଛି।
ସେ ଆହୁରି କହିଛନ୍ତି, ମନରେଗାରେ ବିଜେପି ଶାସିତ ରାଜ୍ୟ ଖରାପ ପ୍ରଦର୍ଶନ କରିଛି। ବିଜେପିର ଡବଲ ଇଞ୍ଜିନ ଫର୍ମୁଲା ଦେଶକୁ ଉନ୍ନତି ପଥରେ ନେଉନାହିଁ ବୋଲି ବିଜେଡି କହିଛି। କିନ୍ତୁ ବିଜେଡିର ଏକକ ଇଞ୍ଜିନ ରାଜ୍ୟକୁ ଆଗେଇ ନେଉଛି। ଏହାବ୍ୟତୀତ ନୀତି ଆୟୋଗ ଦାରିଦ୍ର ଦୂରୀକରଣ ପାଇଁ ଓଡ଼ିଶାକୁ ପ୍ରଶଂସା କରିଛନ୍ତି। ବିଜେପି ବାରମ୍ବାର ମିଛ କହୁଥିବା ବିଜେଡି ଅଭିଯୋଗ କରିଛି।

Comments are closed.