ଅନସ୍ଥା ପ୍ରସ୍ତାବ : ନବୀନଙ୍କ ଆଦେଶ ପ୍ରତୀକ୍ଷାରେ ବିଜେଡି ସାଂସଦ

ଭୁବନେଶ୍ୱର : ମୋଦୀ ସରକାରଙ୍କ ବିରୁଦ୍ଧରେ ଆସିଥିବା ଅନାସ୍ଥା ପ୍ରସ୍ତାବ ଉପରେ ଶୁକ୍ରବାର ଲୋକସଭାରେ ବିତର୍କ ହେବ। ଏହି ସମୟରେ ବିଜୁ ଜନତା ଦଳ (ବିଜେଡି)ର ସମସ୍ତ ସାଂସଦ ଲୋକସଭାରେ ଉପସ୍ଥିତ ରହିବେ। ତେବେ ସେମାନେ ଅନାସ୍ଥା ପ୍ରସ୍ତାବ ସପକ୍ଷରେ ରହିବେ ଅଥବା ବିରୋଧରେ ରହିବେ ତାହା ସ୍ଥିର ହୋଇ ନାହିଁ। ହୋଇପାରେ ବିଜେଡି ସାଂସଦମାନେ କକ୍ଷ ତ୍ୟାଗ କରିପାରନ୍ତି। ଦଳର ସାଂସଦ ତଥାଗତ ଶତପଥୀ କହିଛନ୍ତି ବିଳମ୍ବିତ ରାତି ଅଥବା ଶୁକ୍ରବାର ଗୃହର ଅଧିବେଶନ ଆରମ୍ଭ ହେବା ପୂର୍ବରୁ ଏ ନେଇ ନିଷ୍ପତ୍ତି ନିଆଯାଇ ପାରେ। ଶ୍ରୀ ଶତପଥୀ କହିଛନ୍ତି ଯେ ସେମାନେ ଦଳର ଅଧ୍ୟକ୍ଷ ନବୀନ ପଟ୍ଟନାୟକଙ୍କ ଆଦେଶକୁ ପ୍ରତୀକ୍ଷା କରିଛନ୍ତି। ତା’ପରେ ଯାଇ କୌଣସି ନିଷ୍ପତ୍ତି ନିଆଯିବ।
Related Posts