ବିଜୁ ଛାତ୍ର ଜନତା ଦଳର ଦେଓଗଡ଼, ବରଗଡ, ବୌଦ୍ଧ, ଗଜପତି, ଏବଂ ରାଉରକେଲା ଜିଲାର ନୂତନ ଜିଲା କାର୍ଯ୍ୟକର୍ତ୍ତାଙ୍କ ନାମ ଘୋଷଣା

ଭୁବନେଶ୍ବର: ଆଜି ରାଜ୍ୟ ବିଜୁ ଜନତା ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ଦଳର ଛାମୁଆ ଛାତ୍ର ସଂଗଠନକୁ ସୁଦୃଢ ଓ କ୍ରିୟାଶୀଳ କରିବା ପାଇଁ ବିଜୁ ଛାତ୍ର ଜନତା ଦଳର ସଭାପତି ଦେବୀ ରଞ୍ଜନ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଦେଓଗଡ, ବରଗଡ, ବୌଦ୍ଧ, ଗଜପତି, ଏବଂ ରାଉରକେଲା ଜିଲାର ନୂତନ କାର୍ଯ୍ୟକର୍ତ୍ତାଙ୍କ ନାମ ଘୋଷଣା କରାଯାଇଛି। ଏହି କମିଟିରେ ଜିଲାର ସଂଗ୍ରାମୀ ଛାତ୍ର ନେତା ମାନଙ୍କୁ ସାମିଲ କରାଯାଇଛି। ଏହା ସହିତ ନୂତନ ଜିଲା କମିଟିରେ ଜିଲ୍ଲା ସଭାପତି ସମେତ ୧୦ ଜଣ ଜିଲା ଉପସଭାପତି, ୧୦ ଜଣ ଜିଲା ସାଧାରଣ ସମ୍ପାଦକ,୨୦ ଜଣ ସମ୍ପାଦକ ଏବଂ ୨ ଜଣ ସୋସିଆଲ ମିଡିଆ କୋଡିନେଟର ଭାବେ ନିଯୁକ୍ତି ପାଇଛନ୍ତି ବୋଲି ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସଭାପତି ଦେବୀ ରଞ୍ଜନ ତ୍ରିପାଠୀ ସୂଚନା ଦେଇଛନ୍ତି। ଏହି ନୂତନ କମିଟି ଫଳରେ ଛାତ୍ର ସମାଜର ରାଜନୈତିକ କ୍ରିୟାଶୀଳ ତାରେ ବିଶେଷ ଯୋଗଦାନ ହୋଇପାରିବ ବୋଲି ସେ ଆଶା ପ୍ରକାଶ କରିଛନ୍ତି।

Comments are closed.