ବିଜେଡିରେ ଯୋଗ ଦେଲେ କଂଗ୍ରେସର ପୂର୍ବତନ ବିଧାୟକ ପ୍ରଫୁଲ୍ଲ ମାଝୀ

ଭୁବନେଶ୍ୱର : ଆଜି ବିଜେଡିରେ ସୁନ୍ଦରଗଡ ତଳସରାର କଂଗ୍ରେସର ପୂର୍ବତନ ବିଧାୟକ ପ୍ରଫୁଲ୍ଲ ମାଝୀ ଯୋଗ ଦେଇଛନ୍ତି। ଗତ ୬ ତାରିଖରେ ସେ କଂଗ୍ରେସରୁ ଇସ୍ତଫା ଦେଇଥିଲେ। ଏହି ମିଶ୍ରଣ ପର୍ବରେ ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ, ବିଧାୟକ ପ୍ରତାପ ଦେବ ଓ ପ୍ରୀତିରଞ୍ଜନ ଘଡେଇ ସେଠାରେ ଉପସ୍ଥିତ ଥିଲେ। ଦଳରେ ଯୋଗ ଦେବା ପରେ ସମସ୍ତେ ଶୃଙ୍ଖଳାର ସହ କାମ କରିବୁ ବୋଲି ଶ୍ରୀ ମାଝୀ କହିଛନ୍ତି।
ସୁନ୍ଦରଗଡ ଜିଲାର ତଲସରା ନିର୍ବାଚନ ମଣ୍ଡଳୀରୁ ୩ ଥର ବିଧାୟକ ଭାବେ ପ୍ରଫୁଲ୍ଲ ମାଝୀ ନିର୍ବାଚିତ ହୋଇଥିଲେ।

Comments are closed.