୪ମାସର ଦରମା ଓ ସାଂସଦ ପାଣ୍ଠିରୁ ୨ କୋଟି ଦେଲେ ସସ୍ମିତ ପାତ୍ର

ଭୁବନେଶ୍ଵର: କରୋନା ଭୂତାଣୁର ମୁକାବିଲା କରିବା ପାଇଁ ନେତା, ଅଭିନେତା, କ୍ରୀଡ଼ାବିତ, ବ୍ୟାବ୍ୟସାୟିକ ଅନୁଷ୍ଠାନଠାରୁ ଆରମ୍ଭ କରି ସରକାରୀ କର୍ମଚାରୀ ପର୍ଯ୍ୟନ୍ତ ସମସ୍ତେ ସହାୟତାର ହାତ ବଢ଼ାଉଛନ୍ତି। ଏହି ପରିପ୍ରେକ୍ଷୀରେ ବିଜେଡି ସାଂସଦ ସସ୍ମିତ ପାତ୍ର ୪ ମାସର ଦରମା ଦାନ କରିଛନ୍ତି। ଏହା ସହିତ ସେ ନିଜ ସାଂସଦ ପାଣ୍ଠିରୁ ୨ କୋଟି ଟଙ୍କା ପ୍ରଦାନ କରିଛନ୍ତି। ଏସବୁ ଅର୍ଥ ସେ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ଦେଇଛନ୍ତି।

 

ଗତ ୨୫ ତାରିଖରେ ସାଂସଦ ପାତ୍ର ୩ ମାସର ଦରମା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରିଲିଫ ପାଣ୍ଠିକୁ  ପ୍ରଦାନ କରିଛନ୍ତି। ସେହିପରି ସାଂସଦ ପାଣ୍ଠିରୁ ୧ କୋଟି ଟଙ୍କା ମୟୂରଭଞ୍ଜ ଜିଲା(ସାଂସଦଙ୍କ ନୋଡାଲ ଜିଲା)କୁ ଦେଇଛି। ସେହିପରି ଗତ ୩୦ ତାରିଖରେ ସେ ପ୍ରଧାନମନ୍ତ୍ରୀଙ୍କ ରିଲିଫ ପାଣ୍ଠିଙ୍କୁ ୧ ମାସର ଦରମା ଦେବା ସହିତ ସାଂସଦ ପାଣ୍ଠିରୁ ୧ କୋଟି ଟଙ୍କା କେନ୍ଦ୍ର ସରକାରଙ୍କୁ ପ୍ରଦାନ କରିଛନ୍ତି।

 

 

Comments are closed.