ଖିଣ୍ଡାରେ ମିଶ୍ରଣ ପର୍ବ ; ବିଜେଡିରେ ଯୋଗଦେଲେ ଯୁବକଂଗ୍ରେସ ସଭାପତିଙ୍କ ସହ ଶତାଧିକ କଂଗ୍ରେସ ଓ ବିଜେପି କର୍ମୀ

ରେଙ୍ଗାଲି :  ସମ୍ବଲପୁର ଜିଲ୍ଲା ଖିଣ୍ଡା ଠାରେ ବିଜୁ ଜନତା ଦଳ ପକ୍ଷରୁ ଆୟୋଜିତ ମିଶ୍ରଣ ପର୍ବରେ ସୋମବାର ଶତାଧିକ କଂଗ୍ରେସ ଏବଂ ବିଜେପି ଦଳର ନେତା ଓ କର୍ମୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜୁ ଜନତାଦଳରେ ଯୋଗ ଦେଇଛନ୍ତି। ଜିଲ୍ଲା ଉପ-ସଭାପତି କିରଣ ବେହେରାଙ୍କ ଦ୍ୱାରା ଆୟୋଜିତ ଏବଂ ବିଜେଡି ବ୍ଳକ୍ ସଭାପତି ଅଶୋକ ଗୁରୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଜେଡି ଜିଲ୍ଲା ପର୍ଯ୍ୟବେକ୍ଷକ ଇଂ ନଳିନୀକାନ୍ତ ପ୍ରଧାନ ମୁଖ୍ୟ ଅତିଥି ଏବଂ ଜିଲ୍ଲା ସଭାପତି ସିଦ୍ଧାର୍ଥ ଦାସ ମୁଖ୍ୟବକ୍ତା ରୂପେ ଯୋଗ ଦେଇ କଂଗ୍ରେସ ଏବଂ ବିଜେପି ଦଳ ଛାଡି ବିଜେଡିରେ ଯୋଗ ଦେଇଥିବା ନେତା ଓ କର୍ମୀମାନଙ୍କୁ ବିଜେଡିର ଉତ୍ତରୀୟ ପରିଧାନ କରାଇ ସ୍ୱାଗତ କରିଥିଲେ । ଏହି ଅବସର ରେ ଛାତ୍ର ବିଜେଡି ସଭାପତି ବାବୁଲୁ ରାଉତଙ୍କ ସଂଯୋଜନାରେ ରେଙ୍ଗାଲି ନିର୍ବାଚନ ମଣ୍ଡଲିର ଯୁବକଂଗ୍ରେସ ସଭାପତି ଲାଲ ବିରେନ୍ଦ୍ର ପ୍ରତାପ ସାଏ ପଞ୍ଚାୟତ ସଭାପତି କାଜୁ ବୁଧିଆ ତାଙ୍କର ବହୁ ସଂଖ୍ୟକ ସମର୍ଥକ କଂଗ୍ରେସ କର୍ମୀଙ୍କ ସହିତ ବିଜେଡିରେ ଯୋଗ ଦେଇଥିବା ବେଳେ ବିଜେପିର ବ୍ଳକ୍ ଉପ-ସଭାପତି ପ୍ରଶାନ୍ତ ବୁଧିଆ, ପଞ୍ଚାୟତ ସଭାପତି ହମିଦ ବୁଧିଆ, ବିଜେପି ବ୍ଳକ୍ ସମ୍ପାଦକ ବିନୋଦ ମୁଣ୍ଡା ପ୍ରମୁଖଙ୍କ ନେତୃତ୍ୱରେ ବହୁ ସଂଖ୍ୟକ ବିଜେପି କର୍ମୀ ବିଜେଡିରେ ଯୋଗ ଦେଇଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ନୀତି ଆଦର୍ଶ ଏବଂ ରାଜ୍ୟ ସରକାର ଙ୍କ ବିକାଶ ଯୋଜନା ରେ ଅନୁପ୍ରାଣୀତ ହୋଇ ବିଜି ଜନତା ଦଳ ରେ ଆମେ ଯୋଗ ଦେଇଛୁ ବୋଲି ଲାଲ ବୀରେନ୍ଦ ପ୍ରତାପ ସାଏ, ପ୍ରଶାନ୍ତ ବୁଧିଆ,ହମିଦ ବୁଧିଆ ନିଜ ବକ୍ତବ୍ୟରେ କହିଥିଲେ । କଂଗ୍ରେସ ଏବଂ ବିଜେପି ଦଳ ଛାଡି ବିଜୁ ଜନତାଦଳରେ ନେତା ଏବଂ କର୍ମୀ ମାନେ ଯୋଗ ଦେବା ଦ୍ୱାରା ଦଳ ଆହୁରି ମଜବୁତ ହେବ ବୋଲି ବିଜେଡି ଜିଲ୍ଲା ପର୍ଯ୍ୟବେକ୍ଷକ ଇଂ ନଳିନୀ ପ୍ରଧାନ ଏବଂ ଜିଲ୍ଲା ସଭାପତି ସିଦ୍ଧାର୍ଥ ଦାସ ତାଙ୍କ ସ୍ୱାଗତ ଭାଷଣରେ ମତବ୍ୟକ୍ତ କରି ଆଗାମୀ ପଞ୍ଚାୟତ ନିର୍ବାଚନରେ ଦଳିୟ ପ୍ରାର୍ଥୀ ମାନଙ୍କ ବଜୟକୁ ସୁନିଶ୍ଚିତ କରିବାକୁ ଆହ୍ୱାନ ଦେଇଥିଲେ । କାର୍ଯ୍ୟକ୍ରମ ପ୍ରାରମ୍ଭରେ ରେଙ୍ଗାଲି ବ୍ଳକ୍ ଛାତ୍ର ବିଜେଡି ବ୍ଳକ୍ ସଭାପତି ବାବୁଲୁ ରାଉତ ସ୍ୱାଗତ ଭାଷଣ ଏବଂ ଅତିଥି ପରିଚୟ ପ୍ରଦାନ କରିଥିଲେ । ଏହି ଅବସରରେ ସୁରେନ୍ଦ୍ର ସାଏଙ୍କ ଅଣନାତି ଲାଲ୍ ଫକିର ସାଏ,ବରିଷ୍ଠ ବିଜେଡି ନେତା ମନବୋଧ ବିଶ୍ୱାଳ, ଶଶିଭୂଷଣ ସାଏ, କୃପାନିଧି ବୁଧିଆ, ଗୁଣମଣି ବୁଧିଆ, ମେନେଜର ଭୋଇ, ସୁଶିଲ ଅଗ୍ରଓାଲା ପ୍ରମୁଖ ମଞ୍ଚାସୀନ ଥିଲେ।

Comments are closed.