ବିଜେଡିରେ ମିଶିଲେ ଶତାଧିକ କର୍ମୀ

ନବରଙ୍ଗପୁର: ଡାବୁଗାଁ ବିଧାୟକଙ୍କ ଉପସ୍ଥିତିରେ ବିଜେଡିରେ ସାମିଲ ହେଲେ ଶତାଧିକ କର୍ମୀ । ଗତକାଲି ଡାବୁଗାଁ ବିଧାୟକଙ୍କ ନବରଙ୍ଗପୁର ସ୍ଥିତ ବାସଭବନରେ ପାପଡାହାଣ୍ଡି ବ୍ଲକ ଚେରଚେଟା ପଂଚାୟତ କଣ୍ଟାସାରୁ ଗାଁର ୧୦୦ ରୁ ଅଧିକ କର୍ମୀ କଂଗ୍ରେସ ଓ ବିଜେପି ଛାଡି ବିଜେଡି ଦଳରେ ସାମିଲ ହୋଇଛନ୍ତି । ସେପଟେ କୋଷାଗୁମୁଡା ବ୍ଲକ କୋଡୀଙ୍ଗା ପଂଚାୟତ ରାବନାଗୁଡ଼ା ଗ୍ରାମରେ ଅନୁଷ୍ଠିତ ମିଶ୍ରଣ ପର୍ବ କାର୍ୟ୍ୟକ୍ରମରେ କୋଡୀଙ୍ଗା ଅଂଚଳର ଶତାଧିକ କର୍ମୀ ଅନ୍ୟଦଳ ଛାଡି ଡାବୁଗାଁ ବିଧାୟକ ମନୋହର ରନ୍ଧାରୀଙ୍କ ଉପସ୍ଥିତରେ ବିଜେଡିରେ ସାମିଲ ହୋଇଥିଲେ । ଆଗକୁ ପଂଚାୟତ ନିର୍ବାଚନ ଥିବାବେଳେ ଅନ୍ୟ ଦଳ ଛାଡି ବିଜେଡି ପ୍ରତି କର୍ମୀମାନେ ଆକୃଷ୍ଟ ହେଉଥିବା ଦେଖିବାକୁ ମିଳୁଛି ।

Comments are closed.