ବିଜେଡ଼ି ଓଡ଼ିଶାକୁ ଅପରାଧ ପ୍ରଦେଶରେ ପରିଣତ କରିଛି : ରଣଦୀପ ସୂର୍ଯ୍ୟେୱାଲା

ଭୁବନେଶ୍ୱର : ଭାରତୀୟ ଜାତୀୟ କଂଗ୍ରେସର ସାଧାରଣ ସଂପାଦକ ତଥା ମୁଖ୍ୟ ପ୍ରବକ୍ତା ରଣଦୀପ ସୂର୍ଯ୍ୟୱାଲା କଂଗ୍ରେସ ଭବନରେ ଏକ ସାମ୍ବାଦିକ ସମ୍ମିଳନୀରେ ଶିକ୍ଷୟତ୍ରୀ ମମିତା ମେହେର ହତ୍ୟା ଘଟଣାର ଦୃଢ଼ ନିନ୍ଦା କରିଛନ୍ତି। ଶ୍ରୀ ସୂର୍ଯ୍ୟେୱାଲା କହିଛନ୍ତି ଯେ ବିଜେଡ଼ି ଓଡ଼ିଶାକୁ ଅପରାଧ ପ୍ରଦେଶରେ ପରିଣତ କରିଛି। ଓଡ଼ିଶା ପୁଲିସ ଅପରାଧି ବଂଧୁ ଓ ରକ୍ଷକ ହୋଇ ଭକ୍ଷକ ସାଜିଛି। ବିଜେଡ଼ି କବଳରୁ ଝିଅମାନଙ୍କୁ ବଂଚାନ୍ତୁ।  ଯେତେବେଳେ ଗୃହମନ୍ତ୍ରୀଙ୍କ ଉପରେ ଆରୋପ ସେତେବେଳେ ଯାଂଚ କରିବ କିଏ ଓ ନ୍ୟାୟ ଦେବ କିଏ ବୋଲି ସେ ପ୍ରଶ୍ନ କରିଛନ୍ତି।
ଭଗବାନ ଜଗନ୍ନାଥଙ୍କ ପବିତ୍ର ଭୂମି ଓଡ଼ିଶାକୁ ନବୀନ ପଟ୍ଟନାୟକ ସରକାର ହତ୍ୟାକାରୀ, ବଳାତ୍କାରୀ ଓ ଅପରାଧି ମାନଙ୍କୁ ସୁରକ୍ଷା ଦେଉଛନ୍ତି । କେବଳ ଯେ ବିଜେଡ଼ି ଶାସନ ଅପରାଧିଙ୍କୁ ସୁରକ୍ଷା ଦେଉଛନ୍ତି ତାହା ନୁହେଁ ଅଧିକନ୍ତୁ ମୁଖ୍ୟମନ୍ତ୍ରୀଙ୍କ ପ୍ରିୟ ଗୃହ ରାଷ୍ଟ୍ରମନ୍ତ୍ରୀ ଉପରେ ଅଙ୍ଗୁଳି ନର୍ଦ୍ଦେଶ କରୁଛି । ବିଜେବି ସରକାରର ପୃଷ୍ଠପୋଷକ ଅପରାଧ ଏକ ବ୍ୟାପରରେ ପରିଣତ ହେଉଛି ।

ଭାରତୀୟ ଜାତୀୟ କଂଗ୍ରେସର ସାଧାରଣ ସଂପାଦକ ଓଡ଼ିଶା ପ୍ରଭାରୀ ତଥା ଡ. ଏ ଚେଲା କୁମାର, ଓଡ଼ିଶା ପ୍ରଦେଶ କଂଗ୍ରେସ ସଭାପତି  ନିରଞ୍ଜନ ପଟ୍ଟନାୟକ, ଓଡ଼ିଶା କଂଗ୍ରେସ ବିଧାୟକ ଦଳ ନେତା  ନରସିଂହ ମିଶ୍ର, କଂଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜା, ଏଆଇସିସି ସଂପାଦକ  ଜି. ରୁଦ୍ର ରାଜୁ, ଅନ୍ୟତମ ଏଆଇସିସି ସଂପାଦକ ତଥା ଜାତୀୟ କଂଗ୍ରେସ ମିଡ଼ିଆ ବିଭାଗର ମୁଖ୍ୟ ସଂଯୋଜକ  ପ୍ରଣବ ଝା, ପ୍ରଦେଶ କଂଗ୍ରେସ ମିଡ଼ିଆ ବିଭାଗ ଅଧ୍ୟକ୍ଷ ଗଣେଶ୍ୱର ବେହେରା, ଆବାହକ ସତ୍ୟପ୍ରକାଶ ନାୟକ, ପିସିସି ଉପସଭାପତି ଶିବାନନ୍ଦ ରାୟ, ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି  ୟାସିର ନୱାଜ ପ୍ରମୁଖ ଏହି ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତି ଥିଲେ।

ରାଜ୍ୟରେ ବୃଦ୍ଧି ପାଉଥିବା ଅପରାଧ ସଂପର୍କରେ ସୂଚନା ଦେଇ  ଶ୍ରୀ ସୂର୍ଯ୍ୟେୱାଲା କହିଛନ୍ତି, ଯେ  ଓଡ଼ିଶାରେ ପ୍ରତିଦିନ ୪ ହତ୍ୟା ୪ ଦୁଷ୍କମ, ଅପହରଣ ଓ ୧୨ ହତ୍ୟା ଉଦ୍ୟମ ହେଉଛି ।  ୧୧୨.୯% ହାର ମହିଳା ଅପରାଧ ସଂଗଠିତ ହେତୁ ଓଡ଼ିଶା ମହିଳା ଅପରାଧ କ୍ଷେତ୍ରରେ ସାରା ଭାରତବର୍ଷରେ ଦ୍ୱିତୀୟ । କେବଳ ଏତିକି ନୁହେଁ ଗତ ତିନିବର୍ଷ ମଧ୍ୟରେ ଓଡ଼ିଶାରେ ମହିଳାମାନଙ୍କ ବିରୋଧରେ ୬୮.୯୪୬ ଅପରାଧ ସଂଘଟିତ ହୋଇଅଛି । ପ୍ରତ୍ୟେକ ଦିନ ୭୦ ଜଣ ମହିଳା ଅପରାଧରେ ଶୀକାର ୬ ନାବାଳିକା ଓ ଶିଶୁ ନଖୋଜ ହେଉଛନ୍ତି ।  ଗତଏକ ବର୍ଷ ମଧ୍ୟରେ ଭାରତୀୟ ପିଙ୍ଗଳ କୋଡ ଅନୁଯାୟୀ ୨.୬୫, ୩୩୫ ଅପରାଧ ସଂଘଠିତ ହୋଇଅଛି । ତନ୍ମଧ୍ୟରୁ ୧୪୭୦ ହତ୍ୟା, ୧୨୧୧ ଦୁଷ୍କର୍ମ ୪୧୭୯ ଅପହରଣ ଓ ୪୧୩୫ ହତ୍ୟା ଉଦ୍ୟମ ହେଅଛି ।  ଗତ ୧ ବର୍ଷରେ ଓଡ଼ିଶାରେ ୬୯୧୨ ଶିଶୁ ନିଖୋଜ ହେଉଛନ୍ତି ଯେଉଁଥିରୁ ୫୮୧୫ କେବଳ ଶିଶୁ କନ୍ୟା।  ଦେଶର ମହିଳାମାନଙ୍କ ସମ୍ମାନ ଉପରେ ହେଉଥିବା ଆକ୍ରମଣ କ୍ଷେତ୍ରରେ ଓଡ଼ିଶା ପ୍ରଥମ ।  ମହିଳାମାନଙ୍କ ପ୍ରତି ସାଇବର ଅପରାଧ କ୍ଷେତ୍ରରେ ଓଡ଼ିଶା ଭାରତବର୍ଷର ପ୍ରଥମ ।
ନିର୍ଭୟା ପରି ମମିତା ମେହେର ହତ୍ୟାକାଣ୍ଡ ଅତ୍ୟନ୍ତ ନୃସଂସ ଓ ହୃଦୟ ବିଦାରକ ବୋଲି ସେ କହିଛନ୍ତି।  ମମିତା ମେହେର ହତ୍ୟାକାଣ୍ଡ ଦେଶର ଆତ୍ମାକୁ ଦୋହଲାଇ ଦେଇଛି । ଅପରାଧି ଓ କ୍ଷମତାଧାରୀଙ୍କ ମଧ୍ୟରେ ଥିବା ମଧୁ ଚନ୍ଦ୍ରିକାର ପର୍ଦ୍ଦାଫାଶ ମଧ୍ୟ କରୁଛି ।  ଅକ୍ଟୋବର ୮/୨୦୨୧ ମହାଲିଙ୍ଗ ସନ୍‌ସାଇନ୍ ଶିକ୍ଷାନୁଷ୍ଠାନର ସଭାପତି ଗୋବିନ୍ଦ ସାହୁ ଅଧ୍ୟାପକ ମମିତା ମେହେରଙ୍କୁ ଡକାଇ ନିଖୋଜ କରିଦେଲେ ।  ମମିତାର ପରିବାର ବାରମ୍ବାର ପୋଲିସ ପାଖକୁ ନ୍ୟାୟ ପାଇଁ ଧାଇଁ ନିରାଶ ହେଲେ । କିନ୍ତୁ ପୁଲିସ୍ ଆପତ୍ତି ଶୁଣିଲା ନାହିଁ । ପ୍ରଚଣ୍ଡ ବିରୋଧ ଓ ଜନ ଆନ୍ଦୋଳନ ଫଳରେ ୫ ଦିନ ପରେ ଅକ୍ଟୋବର ୧୩ ରେ ସିନ୍ଧେକେଲା ଥାନାରେ ଅପହରଣ ମାମଲା ରୁଜୁ ହେଲା । ଅକ୍ଟୋବର ୧୩, ୨୦୨୧ ରେ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କ ଗିରଫ କରାଗଲା ।  ଅକ୍ଟୋବର ୧୭, ୨୦୨୧ ରେ ନାଟକୀୟ ଢ଼ଙ୍ଗରେ ଷଡଯନ୍ତ୍ର ପୂର୍ବକ ଲାଇନ କଟାଯାଇ ଗୋବିନ୍ଦ ସାହୁଙ୍କୁ ଥାନାରୁ ଖସାଇ ଦିଆଗଲା।  ଅକ୍ଟୋବର ୧୯/୨୦୨୧ ରେ ସନସାଇନ ସ୍କୁଲ ନିକଟର୍ବତୀ ଏକ ନିର୍ମାଣଧିନ ଷ୍ଟାଡିୟମରେ ୭ ଫୁଟ ମାତି ତଳୁ ଖଣ୍ଡ ବିଖଣ୍ଡିତ ଅର୍ଦ୍ଧ ଦଗ୍ଧ ଦେହାବଶେଷ ଉଦ୍ଧାର ହେଲା ।
ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କ ବିରୋଧରେ ଏହି ଶିକ୍ଷାନୁଷ୍ଠାନର ଏକାଧିକ ଛାତ୍ରୀ ଯୌନ ଶୋଷଣର ଅଭିଯୋଗ ଆଣିଛନ୍ତି । ଯାହା ମମିତା ମେହେର ପର୍ଦ୍ଦାଫାଶ କରିଦେବାର ଆଶଙ୍କା କରୁଥିଲା ଗୋବିନ୍ଦ ସାହୁ । ଅନେକ ଖବର ଭାଇରାଲ ଭିଡିଓରୁ ଏହା ସ୍ପଷ୍ଟ ଯେ, ଅଭିଯୁକ୍ତ ଗୋବିନ୍ଦ ସାହୁ ଗୃହ ତଥା କେନ୍ଦ୍ର ରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଛତ୍ରଛାୟା ତଳେ ସୁରକ୍ଷିତ ରହୁଥିଲେ ଓ ମନ୍ତ୍ରୀ ମହୋଦାୟ ଏହି ସଂସ୍ଥାରେ ବହୁବାର ରାତ୍ରି ଯାପନ ମଧ୍ୟ କରୁଥିଲେ । ଏହି ଘଟଣା ସଂପର୍କିତ ଏକ ଅଡ଼ିଓ କ୍ଲପି ବହୁଳ ଭାବରେ ପ୍ରସାରିତ ହେଉଅଛି । ଯାହା ଦର୍ଶାଉଛି ଯେ ଏହି ଶିକ୍ଷାନୁଷ୍ଠାନର କର୍ମଚାରୀ ଓ ଛାତ୍ରୀମାନେ ନାନାଦି ଯୌନ ଅତ୍ୟାଚାରର ଶିକାର ହେଉଛନ୍ତି । ସମସ୍ତ ତଥ୍ୟ ଓ ସାକ୍ଷୀ ସତ୍ୱେ ଗୃହମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବିରୋଧରେ ନା କୌଣସି ଏତଲା ଦରଦ ହେଲା ନା ତାଙ୍କ ସଂପୃକ୍ତି ଘଟଣାର ତଦନ୍ତ ନିର୍ଦ୍ଦେଶ ଦିଆଗଲା ନା ତାଙ୍କୁ ମନ୍ତ୍ରୀ ପଦରୁ ବିଦା କରାଗଲା ।
ଏହି ଅବସରରେ ଓଡ଼ିଶାରେ ଘଟିଥିବା କେତେକ ଜଘନ୍ୟ ତଥା ରହସ୍ୟମୟ ତାଜା ହତ୍ୟା ଘଟଣାର ଲମ୍ବା ତାଲିକା ପ୍ରଦାନ କରାଯାଇଛି। ପୀଡ଼ିତା ମମିତା ମେହେରଙ୍କ ଭାଇଙ୍କୁ ସରକାରୀ ଚାକିରୀ ଓ ପରିବାରକୁ ୧ କୋଟି ଟଙ୍କାର ଆର୍ଥିକ ସହାୟତା ଦେବାକୁ କଂଗ୍ରେସ ଦାବି କରୁଛି ।
ଏହି ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ବିଧାୟକ ତଥା ମୁଖପାତ୍ର ଡ. ଦେବାଶିଷ ପଟ୍ଟନାୟକ, ମନୋରଞ୍ଜନ ଦାଶ, ଡଃ ଗୋବିନ୍ଦ ଭୂୟାଁ, ମନୋଜ ମହାପାତ୍ର, ସୁଦର୍ଶନ ଦାସ, ରଜୀନ ମହାନ୍ତି, ପଦ୍ମାକର ଗୁରୁ, ନିଶିକାନ୍ତ ମିଶ୍ର, ପ୍ରଶାନ୍ତ ଶତପଥି, ଅମୀୟ ପାଣ୍ଡବ, ପିସିସି ସାମାଜିକ ଗଣମାଧ୍ୟମର ଅଧ୍ୟକ୍ଷ ଶ୍ରୀ ଅଭିଶେଷ ମହାନନ୍ଦ ପ୍ରମୁଖ ଉପସ୍ଥିତ ଥିଲେ ।

Comments are closed.