କଣ୍ଟାବାଞ୍ଜି ମହିଳା ବିଜୁ ଜନତା ଦଳ ତରଫରୁ ବିକ୍ଷୋଭ ଓ ପ୍ରତିବାଦ ସଭା

ତହସିଲଦାରଙ୍କ ଜରିଆରେ ଦାବିପତ୍ର ପ୍ରଦାନ

କଣ୍ଟାବାଞ୍ଜି : ଅହେତୁକ ଦରଦାମ ବୃଦ୍ଧି ପ୍ରତିବାଦରେ କେନ୍ଦ୍ର ସରକାର ବିରୁର୍ଦ୍ଧରେ ଋଣ ହୁଙ୍କାର ଦେଇଛି ବିଜେଡି। ବିଜୁ ମହିଳା ଦଳ ପକ୍ଷରୁ ସ୍ଥାନୀୟ ଇନ୍ଦିରା ଛକ ଠାରେ ମହିଳା କର୍ମୀ ମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଦିନକୁ ଦିନ ପେଟ୍ରୋଲ, ଡିଜେଲ, ଖାଇବା ତେଲରୁ ଆରମ୍ଭ କରି ରନ୍ଧନ ଗ୍ୟାସ ଦର ବଢି ବଢି ଚାଲିଛି । କେନ୍ଦ୍ର ସରକାର ଶାସନକୁ ଆସିବା ପୁର୍ବରୁ ପ୍ରଧାନମନ୍ତ୍ରୀ ନିର୍ବାଚନ ସମୟରେ “ଅଚ୍ଛେ ଦିନ ଆଏଙ୍ଗେ, ଦେଶ ବଦ୍‌ଲେଗା” କହି ଲୋକଙ୍କ ଭୋଟ ପାଇଥିଲେ । କେନ୍ଦ୍ରରେ ବିଜେପି ଶାସନ କରିବା ଦିନଠୁ ସବୁ ସାମଗ୍ରୀର ଦରଦାମ ବୃଦ୍ଧି ପାଉଛି। ବିଶେଷ କରି ପେଟ୍ରୋଲ, ଡିଜେଲ ବୃଦ୍ଧି ପାଉଥିବା ଯୋଗୁ ପରିବହନ ଖର୍ଚ୍ଚ ମଧ୍ୟ ବଢୁଛି। ଯାହା ଫଳରେ ଖାଇବାଠୁ ଆରମ୍ଭ କରି ନିତି ଦିନନିଆ ବ୍ୟବହାର ସାମଗ୍ରୀର ଦର ବଢି ବଢି ଚାଲିଛି । କେନ୍ଦ୍ର ସରକାର ଦରଦାମ ବୃଦ୍ଧି ନିୟନ୍ତ୍ରଣ କରୁପାରୁନାହାନ୍ତି  କହି ମୋଦୀ ସରକାରଙ୍କ ବିରୋଧରେ ନାରାବାଜି କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ବିଜୁ ମହିଲା ଦଳର କର୍ମୀ।

ଏହି ବିକ୍ଷୋଭ ପ୍ରଦର୍ଶନ ସମୟରେ ବିଜୁ ମହିଳା ଦଳ ରାଜ୍ୟ ଉପସଭାନେତ୍ରି ଗୋପା ମହାନନ୍ଦ, ଜିଲ୍ଲା ସାଧାରଣ ସଂପାଦିକା ପିଙ୍କି ଖର୍ସେଲ, ଜିଲ୍ଲା ସଂପାଦିକା ତପସ୍ୱନୀ ରଣା, ଚିତ୍ରଲେଖା ତାଣ୍ଡି,  ସୁଶିଳା ରଣା, ନଗର ସଭାନେତ୍ରୀ ଶାଲିନି ଜୈନ, କାର୍ଯ୍ୟକାରୀ ସଭାନେତ୍ରି ସସ୍ମିତା ଦଣ୍ଡସେନା, ତୁରେକେଲା ବ୍ଲକ ସଭାନେତ୍ରୀ ସରସ୍ୱତୀ ମେହେର, ବଙ୍ଗୋମୁଣ୍ଡା ବ୍ଲକ ସଭାନେତ୍ରୀ ଅନିତା ଦଣ୍ଡସେନା, ମୁରିବାହାଲ ବ୍ଲକ ସଭାନେତ୍ରୀ ରଜନି ବାଗ, ନିଶା ମହାନନ୍ଦ , ଛାତ୍ର ନେତ୍ରୀ  ସିମରନ କୌର, ଗୀତାଞ୍ଜଲି ପୁଟେଲ, ଦହିମତି ଭୋଇ, ବବିତା ମହାନନ୍ଦ, ଗୋମତୀ ପୁଟେଲ  ସହ ଅନ୍ୟ ବିଜୁ ମହିଲା ଦଳ ସଦସ୍ୟା ଉପସ୍ଥିତ ଥିଲେ।

ବିଜୁ ଜନତା ଦଳ କଣ୍ଟାବାଞ୍ଜି ବିଧାୟକ ପ୍ରାର୍ଥୀ  ଅଜୟ ଦାସ ଦଳ, ରାଜ୍ୟ ସାଧାରଣ ସମ୍ପାଦକ ଅଜିତ ଯୋଶୀ, ମୁରିବାହଲ ବ୍ଲକ ଅଧ୍ୟକ୍ଷ ହଂସରାଜ ଜୈନ,ନଗର କାର୍ଯ୍ୟକାରୀ ସଭାପତି ବିଶାଳ ବେହେରା, ଜିଲ୍ଲା ସାଧାରଣ ସଂପାଦକ ଫିରୋଜ ଖାଁ, ରାଜେନ୍ଦ୍ର ବେହେରା, ଜିଲ୍ଲା ଉପସଭାପତି ଉମା ସାହୁ, ଜିଲ୍ଲା ଯୁବ ସଂପାଦକ ଶାନ୍ତନୁ ବିଭାର,  ତୁରେକେଲା ବ୍ଲକ ସଭାପତି ଆଶାଦୁଲ୍ଲା ଖାଁ, ବରିଷ୍ଠ ବିଜେଡି ନେତା ଉଦ୍ଧବ ବେହେରା, ମୁରିବାହଲ ବିଜେଡି ନେତା ମିନିକେତନ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

Comments are closed.