ବିଜେପୁର ଉପନିର୍ବାଚନ: ୩ୟ ରାଉଣ୍ଡ ସୁଦ୍ଧା ବିଜେଡି ୧୬,୪୭୩ ଭୋଟରେ ଆଗୁଆ

ବରଗଡ଼: ବରଗଡ଼ ଜିଲାର ବିଜେପୁର ବିଧାନସଭା ଉପନିର୍ବାଚନ ପାଇଁ ଚାଲିଥିବା ଭୋଟ ଗଣତିର ୩ୟ ରାଉଣ୍ଡ ଶେଷ ହୋଇଛି। ୩ୟ ରାଉଣ୍ଡରେ ବିଜେଡି ୧୬,୪୭୩ ଭୋଟରେ ଆଗୁଆ ରହିଛି। ବିଜେଡି ପ୍ରାର୍ଥୀ ରୀତା ସାହୁଙ୍କୁ ୩ ରାଉଣ୍ଡ ସୁଦ୍ଧା ମୋଟ ୨୨୪୭୩ ଖଣ୍ଡ ​ଭୋଟ ମିଳିଛି। ସେହିପରି ବିଜେପି ପ୍ରାର୍ଥୀ ସନତ ଗଡ଼ତିଆଙ୍କୁ ୬୦୦୦ ଭୋଟ ମିଳିଥିବାବେଳେ କଂଗ୍ରେସ ପ୍ରାର୍ଥୀ ଦିଲୀପ ପଣ୍ଡାଙ୍କୁ ୮୧୫ଟି ଭୋଟ ମିଳିଛି।

Comments are closed.