ବିଜେପୁର ଉପନିର୍ବାଚନ: ପ୍ରଥମ ରାଉଣ୍ଡରେ ବିଜେଡି ୪୭୮୮ ଭୋଟରେ ଆଗୁଆ

ବରଗଡ଼: ବରଗଡ଼ ଜିଲାର ବିଜେପୁର ବିଧାନସଭା ଉପନିର୍ବାଚନ ପାଇଁ ଚାଲିଥିବା ଭୋଟ ଗଣତିର ପ୍ରଥମ ରାଉଣ୍ଡ ଶେଷ ହୋଇଛି। ପ୍ରଥମ ରାଉଣ୍ଡରେ ବିଜେଡି ୪୭୮୮ ଭୋଟରେ ଆଗୁଆ ରହିଛି। ବିଜେଡି ପ୍ରାର୍ଥୀ ରୀତା ସାହୁ ୭୦୦୫ ଖଣ୍ଡ ​ଭୋଟ ମିଳିଛି। ସେହିପରି ବିଜେପି ପ୍ରାର୍ଥୀ ସନତ ଗଡ଼ତିଆଙ୍କୁ ୨୨୧୭ ଖଣ୍ଡ ଭୋଟ ମିଳିଥିବାବେଳେ କଂଗ୍ରେସ ପ୍ରାର୍ଥୀ ଦିଲୀପ ପଣ୍ଡାଙ୍କୁ ୩୧୭ଟି ଭୋଟ ମିଳିଛି।

Comments are closed.