ଆରପାରିରେ ପାଟକୁରା ବିଜେଡି ପ୍ରାର୍ଥୀ ବେଦ ପ୍ରକାଶ ଅଗ୍ରୱାଲ

ଭୁବନେଶ୍ବର : ବିଜେଡିର ବରିଷ୍ଠ ନେତା ତଥା ବିଜେଡିର ପାଟକୁରା ବିଧାୟକ ପ୍ରାର୍ଥୀ ବେଦ ପ୍ରକାଶ ଅଗ୍ରୱାଲଙ୍କ ପରଲୋକ ଘଟିଛି । ଦୀର୍ଘ ଦିନ ଧରି ସେ ଅସୁସ୍ଥ ଥିଲେ । ଶନିବର ସକାଳେ ଭୁବନେଶ୍ବରସ୍ଥିତ ଏକ ଘରୋଇ ହସ୍ପିଟାଲରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ତାଙ୍କ ବିୟୋଗରେ ରାଜ୍ୟ ରାଜନୀତିରେ ଶୋକର ଛାୟା ଖେଳି ଯାଇଛି ।

ସୂଚନାଯୋଗ୍ୟ, ୨୦୦୯ ଏବଂ ୨୦୧୪ରେ ସେ ପାଟକୁରାର ବିଧାୟକ ହୋଇଥିଲେ । ଚଳିତ ନିର୍ବାଚନରେ ମଧ୍ୟ ପାଟକୁରାରୁ ବିଧାୟକ ପ୍ରାର୍ଥୀ ଭାବେ ଲଢୁଥିଲେ ।

Comments are closed.