ବିଜେଡିରେ ଜୋଗଦେଲେ ଅସନ୍ତୁଷ୍ଟ କଂଗ୍ରେସ କର୍ମି

କୋଟଗଡ : କୋଟଗଡରେ ବିଜେଡିର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ୟ୍ୟକ୍ରମ କୋଟଗଡର କଲୋନୀ ସାହି ନିକଟସ୍ଥ ନଦୀ ନିକଟରେ ଆୟୋଜିତ ହୋଇଥିଲା। ଏଥିରେ ବାଲିଗୁଡାରେ କଂଗ୍ରେସ ଛାଡି ବିଜେଡିରେ ଯୋଗଦେଇଥିବା ରବିନ୍ଦ୍ର ପାଳ,ପ୍ରମୋଦ ପଟନାୟକ,ଶ୍ରୀନିବାସ ପାତ୍ର,ଆଦିକନ୍ଦ ମହାରଣା ଚାରିଜଣ ତୁଙ୍ଗ ନେତୃତ୍ୱକୁ ସମର୍ଥନ ଜଣାଇ ବିଧିବଧଭାବେ ବିଜେଡିରେ ସାମିଲ ହୋଇଛନ୍ତି। କୋଟଗଡର କଂଗ୍ରେସ ବିଧାୟକ ଆଶାୟୀ ପ୍ରାର୍ଥୀ ସୁରଦା ପ୍ରଧାନ ଓ ତାଙ୍କ ସହ ୭୦ଜଣ କର୍ମି। ସେ କହଛନ୍ତି ଗୁରୁବାର ହେବାକୁ ଥିବା ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନୀ ପ୍ରଚାର ମୈଦାନରେ ତୁମୁଡିବନ୍ଧ ଠାରେ ନିଜର ଦୁଇ ହଜାର ସମର୍ଥକଙ୍କୁ ନେଇ ସର୍ବସମ୍ମୁଖରେ ମିଶିଥାନ୍ତେ କିନ୍ତୁ ମୁଖ୍ୟମନ୍ତ୍ରୀଙ୍କ ଗ୍ରସ୍ତ କାର୍ୟ୍ୟକ୍ରମ ଆସନ୍ତା ୧୩ ତାରିଖକୁ ଘୁଞ୍ଚାଇ ଦିଆଯିବାରୁ ସେ ଉକ୍ତ ବିଜେଡି ନେତାଙ୍କ ଉପସ୍ଥିତିରେ ଅଞ୍ଚଳର ବିକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବିକାଶଧାରାରେ ସାମିଲ ହୋଇଛନ୍ତି ଏବଂ ଆସନ୍ତା ୧୩ ତାରିଖରେ ତୁମୁଡିବନ୍ଧ ଠାରେ ନିଜର ଦୁଇହଜାର ସମର୍ଥକ ସହ ମୁଖ୍ୟମନ୍ତ୍ରୀଙ୍କ ବିକାଶ ସ୍ରୋତରେ ଯୋଗଦେବେ।

Comments are closed.