ପଦ୍ମପୁର ‘ଖ’ ଜୋନ ଜିଲା ପରିଷଦ ଉପନିର୍ବାଚନ; ବାଜି ମାରିଲା ବିଜେଡି

ଗୁଣପୁର: ରାୟଗଡ଼ା ଜିଲା ପଦ୍ମପୁର ‘ଖ’ ଜୋନ୍‌ ଜିଲା ପରିଷଦ ଉପନିର୍ବାଚନରେ ବିଜେଡି ବାଜି ମାରିଛି। କଂଗ୍ରେସର ଗଡ଼ କୁହାଯାଉଥିବା ଏହି ଜୋନ୍‌ରେ ବିଜେଡି ପ୍ରାର୍ଥୀ କରୁଣାକର ଶବର ବିଜୟୀ ହୋଇଛନ୍ତି। ସେ ତାଙ୍କ ନିକଟତମ ପ୍ରତିଦ୍ବନ୍ଦ୍ବୀ କଂଗ୍ରେସର ମାନୁଆଲ ମାଝୀଙ୍କଠାରୁ ୭୬୨୧ଖଣ୍ଡ ଭୋଟରେ ବିଜୟ ଲାଭ କରିଛନ୍ତି।

ଗତ ୨୪ ତାରିଖରେ ଏହି ଜୋନ୍‌ରେ ଉପନିର୍ବାଚନ ଅନୁଷ୍ଠିତ ହୋଇଥିଲା। କଂଗ୍ରେସରୁ ମାନୁଆଲ ମାଝୀ, ବିଜେପିରୁ ବିଦ୍ୟାଧର ଶବର, ବିଜେଡିରୁ କରୁଣାକର ଶବର ଏବଂ ସିପିଆଇ ସମର୍ଥିତ ବାବୁଲା ମାଝି ନିର୍ବାଚନ ମଇଦାନରେ ପ୍ରତିଦ୍ବନ୍ଦ୍ବିତା କରିଥିଲେ।

୮୫ଟି ବୁଥରେ ୨୧,୯୫୫ ଜଣ ଭୋଟରଙ୍କ ମଧ୍ୟରୁ ସମୁଦାୟ ୧୬୧୫୯ ଭୋଟର ମତଦାନ କରିଥିଲେ। ମତଦାନ ହାର ୭୩% ରହିଥିଲା। ୮୫ଟି ବୁଥ ପାଇଁ ୧୫ ରାଉଣ୍ଡରେ ଗୁରୁବାର ସକାଳ ୮ଟାରୁ ବ୍ଲକ କାର୍ଯ୍ୟାଳୟ ପରିସରରେ ଭୋଟଗଣତି ଆରମ୍ଭ ହୋଇଥିଲା। ସେଥିରୁ କଂଗ୍ରେସର ମାନୁଆଲ ମାଝୀ ୨୮୯୮ ଖଣ୍ଡ, ବିଜେପିର ବିଦ୍ୟାଧର ଶବର ୧୫୯୩ ଖଣ୍ଡ, ବିଜେଡିର କରୁଣାକର ଶବର ୧୦୫୧୯ ଖଣ୍ଡ, ସିପିଆଇ ସମର୍ଥିତ ବାବୁଲା ମାଝୀ ୨୯୭ଖଣ୍ଡ ଭୋଟ ପାଇଥିଲେ। ୭୮୯ଭୋଟ ନାକଚ ହୋଇଥିଲା।

Comments are closed.