ବିଜୟ ଶଙ୍କର ତିର୍ତ୍ତୋଲ ଓ ସ୍ବରୂପ ଦାସ ବାଲେଶ୍ଵରରୁ ବିଜେଡି ପ୍ରାର୍ଥୀ

ଭୁବନେଶ୍ଵର : ତିର୍ତ୍ତୋଲ ଓ  ବାଲେଶ୍ଵର  ବିଧାନସଭା ଆସନରେ ଉପନିର୍ବାଚନ ପାଇଁ ବିଜେଡି ପକ୍ଷରୁ ସୋମବାର ପ୍ରାର୍ଥୀ ଘୋଷଣା କରାଯାଇଛି। ତିର୍ତ୍ତୋଲ ପାଇଁ ସ୍ବର୍ଗତ ବିଧାୟକ ବିଷ୍ଣୁଚରଣ ଦାସଙ୍କ ପୁତ୍ର ବିଜୟ ଶଙ୍କର ଦାସଙ୍କୁ ଦଳ ପ୍ରାର୍ଥୀ କରିଛି। ପୂର୍ବରୁ ମଧ୍ୟ ବିଜୟ ଶଙ୍କରଙ୍କ ନାମକୁ ନେଇ ଆଲୋଚନା ହୋଉଥିଲା। ତେବେ ଶେଷରେ ଦଳର ସୁପ୍ରିମୋ ଏଥିରେ ମୋହର ମାରିଛନ୍ତି।

ଅନ୍ୟପକ୍ଷରେ ବାଲେଶ୍ଵର ବିଧାନସଭା ଆସନ ପାଇଁ ସ୍ବରୂପ କୁମାର ଦାସଙ୍କୁ ବିଜେଡିର ପ୍ରାର୍ଥୀ କରାଯାଇଛି। ଏହି ଆସନ ପାଇଁ ଅନେକ ନାମକୁ ନେଇ ଆଲୋଚନା ହେଉଥିବା ବେଳେ ସମସ୍ତ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଦଳ ପକ୍ଷରୁ ସ୍ବରୂପ ଦାସଙ୍କୁ ନୂଆ ପ୍ରାର୍ଥୀ କରାଯାଇଛି। ସେ ବାଲେଶ୍ଵର ପୌର ପାଳିକାର ପୂର୍ବତନ କାଉନସିଲର ଥିଲେ।

Comments are closed.