ବିଜୁ ଜନତା ଦଳର ଜନସମ୍ପର୍କ ପଦଯାତ୍ରା

ଭୁବନେଶ୍ବର : ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ ଅବସରରେ ବୁଧବାର ବିଜେଡ଼ି ଜନସମ୍ପର୍କ ପଦଯାତ୍ରା ଆରମ୍ଭ କରିଛି । ପ୍ରତିବର୍ଷ ଏହି ଦିନରେ ବିଜେଡ଼ି ପକ୍ଷରୁ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥାଏ। ଏହି କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ବର କାର୍ଗିଲ ବସ୍ତିରୁ ଶୁଭାରମ୍ଭ କରିଛନ୍ତି । ପୁଣି ଥରେ ସେବା କରିବାକୁ ସୁଯୋଗ ଦେଇଥିବାରୁ ନବୀନ ପଟ୍ଟନାୟକ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଲୋକଙ୍କ ସମସ୍ୟା ବୁଝିବା ଓ ସରକାରଙ୍କ ଭଲ କାମକୁ ଲୋକଙ୍କ ପାଖରେ ପହଞ୍ଚାଇବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି । ବର୍ଷେ ତଳେ ଆରମ୍ଭ ହୋଇଥିବା ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ବେଶ ସଫଳତା ପାଇଛି ବୋଲି କହିଛନ୍ତି । ଗାନ୍ଧୀ ଥିଲେ ସେବା ଓ ସଂଗ୍ରାମର ପ୍ରତୀକ । ତେଣୁ ତାଙ୍କର ୧୫୦ତମ ଜୟନ୍ତୀ ଅବସରରେ ତ୍ୟାଗକୁ ସମ୍ମାନ ଜଣାଇ ବିଜୁ ଜନତା ଦଳ ଏକ ‘ସୋସିଆଲ ସର୍ଭିସ ଓ୍ବିଙ୍ଗ’ ଆରମ୍ଭ କରିବାକୁ ଯାଉଛି । ପରିବେଶକୁ ସଫା ରଖିବା, ସୁସ୍ଥ ସମାଜ ଗଠନ କରିବା ଓ  ଓଡ଼ିଶାକୁ ସବୁଜିମା କରିବା ଏହାର ମୁଳ ଲକ୍ଷ୍ୟ ରହିବ। ସବୁ କାର୍ଯ୍ୟକ୍ରମ ମଧ୍ୟରୁ ସମାଜ ସେବା ମୋର ସବୁଠାରୁ ପ୍ରିୟ କାର୍ଯ୍ୟକ୍ରମ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

Comments are closed.