ବିଜେଡିରୁ ଇସ୍ତଫା ଦେଲେ ବାବୁ ସିଂହ

0

ଭୁବନେଶ୍ୱର : ଶନିବାର ବିଜେଡି ଦଳରେ ଜଣେ ନେତ୍ରୀ ଯୋଗେ ଦେଇଥିବା ବେଳେ ଅନ୍ୟ ଜ​ଣେ ନେତା ଦଳ ଛାଡିଛନ୍ତି । ବାବୁ ସିଂହ ବିଜେଡି ଦଳରୁ ଇସ୍ତଫା ଦେଇଥିବା ସୂଚନା ମିଳିଛି । ସେ ତାଙ୍କ ଇସ୍ତଫାପତ୍ର ଦଳ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିକଟକୁ ପଠାଇଛନ୍ତି । ସେ ତାଙ୍କର ଇସ୍ତଫା ଦେବାର କାରଣ ଜଣାପଡିନଥିବା ବେଳେ ଭୁବନେଶ୍ୱରର ଏକାମ୍ର ବିଧାନସଭା ନିର୍ବାଚନ ମଣ୍ଡଳୀରୁ ବିଜେଡି ଟିକେଟ୍‌ ନମିଳିବା ଆଶଙ୍କାରେ ଦଳ ଛାଡିଥିବା ଅନୁମାନ କରାଯାଉଛି ।

ସୂଚନାଯୋଗ୍ୟ, ଶନିବାର ସକାଳେ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ବାଳଙ୍କ ଝିଅ ସୁନିତା ବିଶ୍ବାଳ କଂଗ୍ରେସ ଛାଡ଼ି ବିଜେଡିରେ ଯୋଗ ଦେଇଥି​‌ଲେ । ଝିଅ ବିଜେଡିରେ ଯୋଗ ଦେବା ପୂର୍ବରୁ ହେମାନନ୍ଦ ବିଶ୍ବାଳ ଦୁଇ ଭାଇ ବିଜେଡିରେ ଯୋଗ ଦେଇଥିଲେ ବୋଲି ସୂଚନା ମିଳିଛି ।

Leave A Reply