ବିଜେଡିରେ ଯୋଗ ଦେଲେ ପ୍ରଣୟ ସାହୁ

0

ଭୁବନେଶ୍ବର : ଗତ ସୋମବାର କଂଗ୍ରେସରୁ ଇସ୍ତଫା ଦେଇଥିବା ପ୍ରଣୟ ସାହୁ ମଙ୍ଗଳବାର ବିଜେଡିରେ ଯୋଗ ଦେଇଛନ୍ତି। ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ସେ ବିଜେଡିରେ ଯୋଗ ଦେଇଛନ୍ତି। କଂଗ୍ରେସରୁ ଇସ୍ତଫା ଦେବା ପରେ ସେ ବିଜେଡିରେ ମିଶିବେ ବୋଲି କୁହାଯାଉଥିଲା। ସୂଚନାଯୋଗ୍ୟ ଯେ, ଗତ ବିଜେପୁର ଉପନିର୍ବାଚନରେ ପ୍ରଣୟ ସାହୁ କଂଗ୍ରେସ ଟିକେଟରେ ଲଢ଼ି ପରାସ୍ତ ହୋଇଥିଲେ। ଉପନିର୍ବାଚନର ଫଳାଫଳ ନେଇ ସମୀକ୍ଷା କରିବା ପାଇଁ ସେ ଦେଇଥିବା ପ୍ରସ୍ତାବ କାର୍ଯ୍ୟକାରୀ ହୋଇ ନଥିଲା ବୋଲି ପ୍ରଣୟ ଅଭିଯୋଗ ଆଣିଥିଲେ। ଏଥିରେ ଅସନ୍ତୁଷ୍ଟ ହୋଇ ସେ କଂଗ୍ରେସ ଛାଡ଼ିଥିବା କହିଥିଲେ।

Leave A Reply