ବିଜେଡିର ମିଶ୍ରଣ ପର୍ବ

0

ତୁମୁଡିବନ୍ଧ : କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ ସ୍ଥିତ ତହସିଲ କାର୍ଯ୍ୟାଳୟ ନିକଟରେ ବିଜେଡିର ମିଶ୍ରଣ ପର୍ବ ତଥା ତୁମୁଡିବନ୍ଧ ୯ ନମ୍ବର ଜୋନ ଜିଲା ପରିଷଦ ଜୋନ ସ୍ତରୀୟ ୱାର୍ଡ କମିଟି ସଭ୍ୟ ସଭ୍ୟାଙ୍କ ଏକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଅନୁଷ୍ଠିତ ବୈଠକରେ ବାଲିଗୁଡା ବିଧାୟକ ରାଜୀବ ପାତ୍ର, ତୁମୁଡିବନ୍ଧ ବ୍ଲକ ବିଜେଡିର ପର୍ଯ୍ୟବେକ୍ଷକ ଯଶୋବନ୍ତ ରାଉତ, ବ୍ଲକ ଅଧ୍ୟକ୍ଷ ପ୍ରକାଶ ପାତ୍ର, ସାଂସଦ ପ୍ରତିନିଧି ଶ୍ୟାମ ସୁନ୍ଦର ବଡ଼ସେଠ, ଅବସର ପ୍ରାପ୍ତ ଶିକ୍ଷକ ଉମେଶ ଚନ୍ଦ୍ର ଦଣ୍ଡସେନାଙ୍କ ସମେତ ତୁମୁଡିବନ୍ଧ ବ୍ଲକର ୧୧ ଟି ପଞ୍ଚାୟତର ୱାର୍ଡ କମିଟି ସଭ୍ୟ ସଭ୍ୟାଙ୍କ ସମେତ ବିଜୁ ଜନତା ଦଳର କର୍ମୀ ମାନେ ଉପସ୍ଥିତ ଥିଲେ। ଏହି ଅବସରରେ କରକୁଡୁପା ପଞ୍ଚାୟତର ସମିତିସଭ୍ୟା ରିଞ୍ଜ ମଲ୍ଲିକ ତାଙ୍କ ସମର୍ଥକଙ୍କ ସହ କଂଗ୍ରେସ ଛାଡି ବିଜେଡିରେ ଯୋଗ ଦେଇଥିଲେ। ଏହି ଅବସରରେ ମଞ୍ଚ।ସିନ ଅତିଥି ମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହାତମୁଠାକୁ ଆହୁରି ମଜବୁତ କରିବାକୁ ଉପସ୍ଥିତ କର୍ମୀମାନଙ୍କୁ ଆହ୍ୱାନ ଦେଇଥିଲେ । ତୁମୁଡିବନ୍ଧ ବ୍ଲକ ବିଜେଡ଼ି ସଭାପତି ପ୍ରମୋଦ କୁମାର ସାହୁ ମଞ୍ଚ ପରିଚାଳନା କରିଥିଲେ।

Leave A Reply