ବିଜେଡ଼ିରେ ମିଶିଲେ ପୂର୍ବତନ ପିସିସି ସଦସ୍ୟ

0

ସୋରଡା : ଗଞ୍ଜାମ ଜିଲ୍ଲା ସୋରଡା ବ୍ଲକ ର ଜଣାଶୁଣା କଂଗ୍ରେସ ନେତା ତଥା ପିସିସି ସଦସ୍ୟ ଶ୍ରୀ ପ୍ରମୋଦ କୁମାର ପଟ୍ଟନାୟକ ଗତକାଲି କଂଗ୍ରେସରୁ ଇସ୍ତଫା ଦେଇଥିଲେ। ସୋମବାର ଭୂବନେଶ୍ଵର ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ବିଧିବଦ୍ଧ ଭାବେ ବିଜେଡ଼ିରେ ଯୋଗ ଦେଇଛନ୍ତି। ଏଥି ସହିତ ବିଜେପି ଓ କଂଗ୍ରେସର କିଛି ପୂର୍ବତନ ସରପଞ୍ଚ ସମିତିସଭ୍ୟ ସହ ୭୦୦ ଶହରୁ ଉର୍ଦ୍ଧ କର୍ମୀ ବିଜେଡ଼ିରେ ଯୋଗ ଦେଇଛନ୍ତି। ଏହି ଅବସର ରେ ସୋରଡା ବିଧାୟକ ଶ୍ରୀ ପୁର୍ଣ୍ଣଚନ୍ଦ୍ର ସ୍ଵାଇଁ ଗୋପାଳପୁର ବିଧାୟକ ତଥା ଗଞ୍ଜାମ ଜିଲ୍ଲା ବିଜେଡ଼ି ସଭାପତି ଶ୍ରୀ ଡ.ପ୍ରଦୀପ କୁମାର ପାଣିଗ୍ରାହୀ, ପୋଲସରା ବିଧାୟକ ଶ୍ରୀ ଶ୍ରୀକାନ୍ତ ସାହୁ ଉପସ୍ଥିତ ଥିଲେ।

Leave A Reply