୩ ସିନିୟର କିଏ ଜଣାପଡ଼ିନି: ଭୁନେଶ୍ବର ଡିସିପି

ଭୁବନେଶ୍ବର: ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତି ଆତ୍ମହତ୍ୟା ଘଟଣାର ତଦନ୍ତ ନେଇ ଭୁବନେଶ୍ବର ଡିସିପି ପ୍ରତୀକ ସିଂହ ସୂଚନା ଦେଇଛନ୍ତି। ଡିସିପି ପ୍ରତୀକ ସିଂହ କହିଛନ୍ତି ଯେ ଏ ପର୍ଯ୍ୟନ୍ତ ୧୦୦ରୁ ଅଧିକ ଛାତ୍ରୀଙ୍କ ବୟାସ ରେକର୍ଡ କରାଯାଇଛି। ରୁଚିକାଙ୍କ ଗାଁକୁ ଯାଇ ଖୋଳତାଡ଼ କରିଛି ଗୋଟିଏ ପୁଲିସ ଟିମ। ରୁଚିକାଙ୍କ ସ୍ମୁଲ ଓ କଲେଜ ସାଙ୍ଗମାନଙକ ବୟାନ ରେକର୍ଡ କରାଯାଇଛି। ତଦନ୍ତରେ ବିଜେବି କଲେଜ କର୍ତ୍ତୃପକ୍ଷଙ୍କୁ ସାମିଲ କରାଯାଇଛି। ତଦନ୍ତ ଜାରି ରହିଛି, ତେବେ ୩ ସିନିୟର କିଏ ତାହା ଜଣାପଡ଼ିନାହିଁ ବୋଲି ଡିସିପି ପ୍ରତୀକ ସିଂହ କହିଥିଲେ।

Comments are closed.