ସିବିଆଇ ତଦନ୍ତ କରାଯାଉ-ରୁଚିକାଙ୍କ ବାପା

ଝିଅକୁ ରାଗିଂ କଥା ଜାଣିଛନ୍ତି, ମାତ୍ର ଲୁଚାଉଛନ୍ତି

ଭୁବନେଶ୍ବର: ବିଜେବି କଲେଜ ଛାତ୍ରୀ ନିବାସରେ +୩ ଛାତ୍ରୀଙ୍କ ଆତ୍ମହତ୍ୟା ଘଟଣାରେ ସିବିଆଇ ତଦନ୍ତ ଦାବି କରିଛନ୍ତି ମୃତ ରୁଚିକା ମହାନ୍ତିଙ୍କ ବାପା। ଆଜି କଲେଜ ମୁଖ୍ୟ ଫାଟକରେ ଧାରଣା ଦେବା ଅବସରରେ ମୃତ ରୁଚିକାଙ୍କ ବାପା କହିଛନ୍ତି ଯେ ମୋ ଝିଅ ଆତ୍ମହତ୍ୟା କରିବା ପୂର୍ବରୁ ସୁଇସାଇଡ ନୋଟ ଲେଖିଛି। ଏଥିରେ ୩ଜଣ ସିନିୟର ଛାତ୍ରୀ ନିର୍ଯାତନା ଦେଇଥିବା ସେ ଉଲ୍ଲେଖ କରିଛି। ରାଗିଂ ଯୋଗୁ ମୋ ଝିଅ ଆତ୍ମହତ୍ୟା କରିବାକୁ ବାଧ୍ୟ ହୋଇଛି। ରାଗିଂ ସମ୍ପର୍କରେ କଲେଜ କର୍ତ୍ତୃପକ୍ଷ ଭଲ ଭାବରେ ଜାଣିଛନ୍ତି। ଏହାସହିତ ହଷ୍ଟେଲ କର୍ତ୍ତୃପକ୍ଷ ଝିଅକୁ ରାଗିଂ କଥା ଜାଣିଛନ୍ତି, ମାତ୍ର ଲୁଚାଉଛନ୍ତି। ତେଣୁ ଦୋଷୀଙ୍କୁ ଚିହ୍ନଟ କରି ସେମାନଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ସହ ଦଣ୍ଡ ଦେବାକୁ ରୁଚିକାଙ୍କ ବାପା ଦାବି କରିଛନ୍ତି। ଭବିଷ୍ୟତରେ ମୋ ପରି ଆଉ କୌଣସି ଅଭିଭାବକ ଏପରି ସ୍ଥିତି ନ ଭୋଗନ୍ତୁ ବୋଲି ସେ କହିବା ସହିତ ଘଟଣାର ସତ୍ୟତା ଜାଣିବା ଏବଂ ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ସିବିଆଇ ତଦନ୍ତ ହେଉ ବୋଲି ରୁଚିକାଙ୍କ ବାପା ଦାବି କରିଛନ୍ତି।
ବିଜେବି କଲେଜ ଛାତ୍ରୀ ଛାତ୍ରୀ ରୁଚିକା ମହାନ୍ତିଙ୍କୁ ନ୍ୟାୟ ଦାବିରେ ବିଭିନ୍ନ ଛାତ୍ର ସଂଗଠନ ପକ୍ଷରୁ ଧାରଣା ଦିଆଯାଇଛି। କଲେଜ ଫାଟକ ସମ୍ମୁଖ ଆଗରେ ନବ ନିର୍ମାଣ ଛାତ୍ର ସଂଗଠନପକ୍ଷରୁ ଧାରଣାରେ ବସିଥିଲେ। ଏହି ଧାରଣାରେ ମୃତ ରୁଚିକାଙ୍କ ବାପା ମା’ ସାମିଲ ହୋଇଥିଲେ।

Comments are closed.