ବିଜେବି କଲେଜରେ ଯୁକ୍ତ ୩ ଛାତ୍ରୀଙ୍କ ଆତ୍ମହତ୍ୟା ଘଟଣା: ଆସିଲା ରାଗିଂ ଅଭିଯୋଗ,ନ୍ୟାୟ ପାଇଁ ଧାରଣା ଦେଲେ ବାପା ମା’

ଭୁବନେଶ୍ବର: ବିଜେବି କଲେଜ ଛାତ୍ରୀ ନିବାସରେ +୩ ଛାତ୍ରୀ ହତ୍ୟା ଘଟଣା ବିସ୍ଫୋରକ ମୋଡ଼ ନେଇଛି। ମୃତକ ଛାତ୍ରୀ ରୁଚିକା ମହାନ୍ତିଙ୍କ ବାପାମା’ ସମେତ ଅନେକ ଛାତ୍ରଛାତ୍ରୀ ବିଜେବି କଲେଜରେ ରାଗିଂ ହେଉଥିବା ଅଭିଯୋଗ ଆଣିଛନ୍ତି। ରୁଚିକା ଲେଖିଥିବା ସୁଇସାଇଡ ନୋଟାରେ ସେ କିଭଳି ନିର୍ଯାତିତ ହେଉଛନ୍ତି ଏବଂ କଲେଜରେ ହେଉଥିବା ରାଗିଂ ସମ୍ପର୍କରେ ସ୍ପଷ୍ଟ ଭାବେ ଉଲ୍ଲେଖ କରିଛନ୍ତି। ସୁଇସାଇଡ ନୋଟ ପ୍ରଘଟ ହେବା ପରେ ବିଜେବି କଲେଜରେ ଉତ୍ତେଜନା ପ୍ରକାଶ ପାଇଛି। ବିଜେବି କଲେଜ ଫାଟକ ସମ୍ମୁଖରେ ମୃତକ ଛାତ୍ରୀଙ୍କ ବାପାମା ସମେତ ବହୁ ଛାତ୍ରଛାତ୍ରୀ ଧାରଣା ଦେଇଛନ୍ତି। ରୁଚିକାଙ୍କୁ ନ୍ୟାୟ ପ୍ରଦାନ ଦାବିରେ ସେମାନେ ଧାରଣା ଦେଇଥିଲେ। ୩ଜଣ ଛାତ୍ରୀଙ୍କ ରାଗିଂ ପାଇଁ ରୁଚିକା ଆତ୍ମହତ୍ୟା କରିଛି ବୋଲି ବାପାମା ଅଭିଯୋଗ କରିଛନ୍ତି। ତେଣୁ ସେମାନଙ୍କ ଝିଅଙ୍କୁ ନ୍ୟାୟ ଦରକାର ବୋଲି ସେମାନେ ଦାବି କରିଛନ୍ତି। ଅପରପକ୍ଷରେ ବିଜେବି କଲେଜ ଅଧ୍ୟକ୍ଷ ଧାରଣାସ୍ଥଳକୁ ଆସି କଲେଜରେ ରାଗିଂ ହେଉନଥିବା ସଫେଇ ଦେଇଥିଲେ। ତେବେ ସବୁ ଦିଗକୁ ନେଇ ତଦନ୍ତ ଚାଲିଛି ବୋଲି କହିବା ସହିତ ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ଏବଂ ଦୋଷୀ ଦଣ୍ଡ ପାଇବ ବୋଲି ବରଗଡ଼ ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି।

 

ସୁଇସାଇଡ ନୋଟରେ କ’ଣ ଲେଖିଛନ୍ତି ରୁଚିକା

ମୁଁ ଜୀବନରେ ବହୁତ ଥକି ଗଲିଣି। ମୋ ବାପା, ବୋଉ ମୋତେ ଏତେ କଷ୍ଟ କରି ପାଠ ପଢାଇଲେ। ଆମ ଘରର ଲୋକଙ୍କ ମୋ ପାଠପଢା ପାଇଁ ଚଳିବା କଷ୍ଟ। ହେଲେ ହଷ୍ଟେଲରେ ମୋ ସିନିୟର ମୋତେ ବହୁତ ଟର୍ଚ୍ଚର କଲେ। ୩ ଜଣ ସିନିୟର ମୋତେ ମେଣ୍ଟାଲି କଷ୍ଟ ଦେଲେ। ଆଉ ସହି ପାରିଲିନି କି ଘରେ କହି ପାରିଲିନି। ମୋତେ ମୋ ବାପା, ବୋଉ, ଅଜା, ଆଇ, ମାମୁଁ, ମାଇଁ ମଉସା, ମାଉସୀ ସମସ୍ତେ ବହୁତ ଭଲ ପାଆନ୍ତି। ବହୁତ ଆଶା କରିଥିଲେ କି ମୁଁ କଲେକ୍ଟର ହେବି। ହେଲେ ମୋତେ ସିନିୟର ମେଣ୍ଟାଲି ଡିପ୍ରେସ କଲେ। ବାପା, ମା ମୋତେ ବହୁତ ପଇସା ଖର୍ଚ୍ଚ କରି ମୋତେ ପାଠ ପଢିବାକୁ ଛାଡିଲେ। ହେଲେ ତାଙ୍କ ପଇସାର କିଛି ମୂଲ୍ୟ ନାହିଁ କାରଣ ସିନିୟର ମୋତେ ବହୁତ ଡିପ୍ରେସ କଲେ।
ସମସ୍ତେ ଜାଣିଛନ୍ତି ଆମ କଲେଜରେ ରାଗିଂ ହୁଏନା, କିନ୍ତୁ ସିନିୟର ହଷ୍ଟେଲରେ ମୋତେ ବଞ୍ଚେଇ ଦେଲେନି। ମୋ ବାପା ବୋଉଙ୍କ ଲୁହରେ ସେମାନେ ଭାସିଯିବେ। ଜମା ଆଗକୁ ବଢି ପାରିବେନି। ମୁଁ ଏ କଥା କାହାକୁ କହି ପାରିଲିନି। କେବଳ ୩ ଜଣ ସିନିୟରଙ୍କ ପାଇଁ ମୁଁ ଜୀବନ ଦେଉଛି। ସେମାନେ କେବଳ ମୋ ଉପରେ ରାଗ ରଖି ମୋତେ ଡିପ୍ରେସ କଲେ। ମୋତେ ପାଠ ବି ପଢେଇ ଦେଲେନି। ମୋ ରୁମମେଟଙ୍କୁ ବି ଏକଥା ମୁଁ କହିପାରିଲିନି। ଶେଷରେ ଜୀବନ ହାରୁଛି।

 

ଏଭଳି କିଛି ଲେଖା ଲେଖି ଛାତ୍ରୀ ରୁଚିକା ମହାନ୍ତି ଆତ୍ମହତ୍ୟା କରିଛନ୍ତି। ସେପଟେ କଲେଜ ବିରୋଧରେ ଅଭିଯୋଗ ଆଣିଛନ୍ତି ମୃତ ରୁଚିକାଙ୍କ ବାପାମା’।
ଏନେଇ ଲେଡିଜ ହଷ୍ଟେଲର ଅଧୀକ୍ଷକ ଡ.ଜ୍ୟୋତି ରଥ କହିଛନ୍ତି ଯେ ରୁଚିକା ଯୁକ୍ତ ତିନି ପ୍ରଥମ ବର୍ଷର ଛାତ୍ରୀ ଥିଲେ। ସେ ବିଜେବି କଲେଜ ଲେଡିଜ ହଷ୍ଟେଲରେ ରହିକି ପାଠ ପଢୁଥିଲେ। ରୁଚିକା ଆଜି କ୍ଳାସକୁ ଯାଇ ନଥିଲେ। ବହୁତ ସମୟ ଧରି କବାଟ ଖୋଲି ନଥିଲେ। କବାଟ ଭାଙ୍ଗିକି ପଶିକି ଦେଖିଲୁ କି ସେ ବେଡରେ ପଡ଼ିଛନ୍ତି। ମୃତ୍ୟୁର କାରଣ ଜାଣିନୁ।

Comments are closed.