ବିଜେବି କଲେଜ ଛାତ୍ରୀ ନିବାସରେ +୩ ଛାତ୍ରୀଙ୍କ ଆତ୍ମହତ୍ୟା ଘଟଣା-ବଡ଼ଗଡ଼ ଥାନାରେ ମୃତକଙ୍କ ମା’ ରୁଜୁ କଲେ ଏତଲା

ସୁଇସାଇଡ ନୋଟରୁ ମିଳିଲା ଚାଞ୍ଚଲ୍ୟକର ତଥ୍ୟ, ସିନିୟରଙ୍କ ନିର୍ଯାତନାରୁ ଛାତ୍ରୀଙ୍କ ଆତ୍ମହତ୍ୟା!

ଭୁବନେଶ୍ବର: ବିଜେବି କଲେଜ ଛାତ୍ରୀ ନିବାସରେ +୩ ଛାତ୍ରୀଙ୍କ ଆତ୍ମହତ୍ୟା ଘଟଣାର ନୂଆମୋଡ଼ ନେଇଛି। ଏହି ଘଟଣାକୁ ବଡ଼ଗଡ଼ ପୁଲିସ ଗୁରୁତର ସହିତ ନେଇଛି। ମୃତ ଛାତ୍ରୀଙ୍କ ମା’ଙ୍କ ଏତଲାକୁ ଆଧାରରେ ବଡ଼ଗଡ଼ ପୁଲିସ ଏକ ମାମଲା ରୁଜୁ ସହ ବିଜେବି କଲେଜ ଛାତ୍ରୀ ନିବସକୁ ଆସି ଛାନଭିନ ଆରମ୍ଭ କରିଛି।
ଆଜି ବିଜେବି କଲେଜ ଛାତ୍ରୀ ନିବାସରେ +୩ ଛାତ୍ରୀ ଆତ୍ମହତ୍ୟା ଘଟଣାରେ ମୃତ ଛାତ୍ରୀଙ୍କ ସୁଇସାଇଡ ନୋଟରୁ ମିଳିଛି ଚାଞ୍ଚଲ୍ୟକର ତଥ୍ୟ। ହଷ୍ଟେଲର ୩ଜଣ ସିନିୟର ଛାତ୍ରୀଙ୍କ ନିର୍ଯାତନା ସହି ନ ପାରି ସେ ଆତ୍ମହତ୍ୟା କରିଥିବା ଉଲ୍ଲେଖ କରିଛନ୍ତି। ମାନସିକ ନିର୍ଯାତନାରେ ଅତିଷ୍ଠ ହୋଇ ଚରମ ପଦକ୍ଷେପ ନେଉଥିବା ସେ ସୁଇସାଇଡ ନୋଟରେ ଲେଖିଛନ୍ତି। ତେବେ କେଉଁ ୩ଜଣ ସିନିୟର ଛାତ୍ରୀ ତାଙ୍କୁ ନିର୍ଯାତନା ଦେଉଥିଲେ ସେମାନଙ୍କ ନାମ ଉଲ୍ଲେଖ କରିନାହାନ୍ତି ମୃତକ। ସୁଇସାଇଡ ନୋଟ ଆଧାରରେ ବରଗଡ଼ ଥାନାରେ ଏତଲା ଦାଖଲ କରିଛନ୍ତି ଛାତ୍ରୀଙ୍କ ମା’। ଥାନାରେ ଏତଲା ପରେ ଛାତ୍ରୀ ନିବାସକୁ ଆସି ପୁଲିସର ପଚାରା ଉଚୁରା ଆରମ୍ଭ କରିଛି।

କଟକ ଜିଲା କଖଡ଼ି ଗାଁର ରୁଚିକା ମହାନ୍ତି ବିଜେବି ମହାବିଦ୍ୟାଳୟର ଯୁକ୍ତ ୩ କଳାର ପ୍ରଥମ ବର୍ଷ ଛାତ୍ରୀ ଥିଲେ। ସେ ଇତିହାସ ଅନର୍ସ ନେଇ ପଢ଼ୁଥିଲେ। କାରୁବାକୀ ଛାତ୍ରୀ ନିବାସର ତୃତୀୟ ମହଲାର ରୁମ୍‌ ନମ୍ୱର ନଂ ୨୦୧ରେ ରହୁଥିଲେ।
ଆଜି ପୂର୍ବାହ୍ନ ପ୍ରାୟ ୧୧.୨୦ରୁ ୧୧.୨୫ ହେବ। କ୍ଲାସ ସରିବା ପରେ ଛାତ୍ରୀମାନେ ରୁମ୍‌କୁ ଫେରିଥିଲେ। ହେଲେ ରୁମର କବାଟ ଭିତର ପାର୍ଶ୍ୱରୁ ବନ୍ଦ ଥିବା ଦେଖିବାକୁ ପାଇଥିଲେ। କବାଟ ବାଡ଼େଇ ଥିଲେ ମଧ୍ୟ ରୁଚିକା ଖୋଲିନଥିଲେ। କବାଟ ନଖୋଲିବାରୁ ଛାତ୍ରୀମାନେ ଏନେଇ ହଷ୍ଟେଲ୍‌ ସୁପରିନ୍‌ଟେଣ୍ଡେଣ୍ଟ୍‌ଙ୍କୁ ଜଣାଇଥିଲେ। ଏହାପରେ ବଡ଼ଗଡ଼ ଥାନାକୁ ଘଟଣା ସମ୍ପର୍କରେ ସୂଚନା ଦେଇଥିଲେ କଲେଜ କର୍ତ୍ତୃପକ୍ଷ। କମିଶନରେଟ୍‌ ପୁଲିସର ପରାମର୍ଶରେ ସମସ୍ତଙ୍କ ଉପସ୍ଥିତିରେ ଶାବଳରେ କବାଟ ଭଙ୍ଗା ଯାଇଥିଲା। ସେହି ସମୟରେ ରୁଚିକା ତା’ ବେଡ୍‌ରେ କାନ୍ଥକୁ ମୁହଁ କରି ପେଟେଇ ଶୋଇଥିବା ଦେଖିବାକୁ ମିଳିଥିଲା। ସେତେବେଳକୁ ତା’ର ମୃତ୍ୟୁ ହୋଇଥିବା ଜଣାପଡ଼ିଥିଲା। ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଥିଲା।

Comments are closed.