ବାପାଙ୍କୁ କରୋନା:୧୪ଘଣ୍ଟା ଧରି ପଡ଼ି ରହିଲା ଝିଅର ମୃତଦେହ; ଭୟରେ ପାଖ ମାଡ଼ିଲେନି ଗ୍ରାମବାସୀ

ଭଞ୍ଜନଗର: ପ୍ରଥମେ ମା’କୁ ହେଲା କରୋନା, ସେ ସୁସ୍ଥ ହୋଇ ଫେରିବା ଘରକୁ। ଏହାପରେ ବାପା ହେଲେ କରୋନା ଆକ୍ରାନ୍ତ। ବାପାଙ୍କୁ ଚିକିତ୍ସା ପାଇଁ ନିଆଗଲା କୋଭିଡ୍‌ କେୟାର୍‌ ସେଣ୍ଟରକୁ। ବାପାଙ୍କୁ କୋଭିଡ୍‌ କେୟାର୍ ନିଆଯିବାର ୧୨ଘଣ୍ଟା ପରେ ଝିଅର ମୃତ୍ୟୁ ହୋଇଗଲା। ବାପାମା’ କରୋନା ଆକ୍ରାନ୍ତ ହୋଇଥିବାରୁ ମୃତ ଝିଅର ଶବଶତ୍କାର କରିବା ପାଇଁ କେହି ଆସିଲେ ନାହିଁ। ଫଳରେ ଝିଅର ଶବ ୧୪ଘଣ୍ଟା ଧରି ପଡ଼ି ରହିଲା। ଭୟରେ ଗ୍ରାମବାସୀ ଶବର ପାଖ ମାଡ଼ିଲେନି। ପୁଲିସ ପହଞ୍ଚିଲା ପରେ ମୃତ ଝିଅର ଶବ ସତ୍କାର କରାଯାଇଥିଲା।
କରେନା ଭୂତାଣୁ ଏବେ ସମସ୍ତଙ୍କୁ ପର କରିଦେଇଛି। ସମାଜିକ ସଦ୍ଭାବନା ଓ ପାରମ୍ପାରିକ ନିତି ଦିୟମକୁ ଚୂରମାର କରି ଘରେ ଘରେ ଭରିଦେଇଛି କାରୁଣ୍ୟ ଦୁଃଖ। ବାପା କରୋନାରେ ଆକ୍ରାନ୍ତ ହୋଇ କଭୋଡି କେୟାର କେନ୍ଦ୍ରରେ ଭର୍ତ୍ତି ହୋଇଥିବା ବେଳେ ଝିଅର ଅକସ୍ମାତ ମୃତ ଘଟଣା ନେ୍ଇ ଅଧିକ ଦୁଃଖଦ ପରିସ୍ଥିତି ସୃଷ୍ଟି କରିଛି।
ବିଶ୍ୱ ମହାମାରୀ କରୋନା ସବୁରୀ ମୁହଁରୁ ହସ ଛଡାଇ ନେଇଛି। ସହର ବଜାର, ଗାଁ ଗଣ୍ଡା ଓ ଘରେ ଘରେ ଦୁଃଖର ପସରା ମେଲାଇ ଦେଲାଣି। କରୋନା ସଂକ୍ରମଣରୁ ନିଜକୁ ସୁରକ୍ଷିତ ରଖିବା ପାଇଁ ସାମାଜିକ ଦୂରତାକୁ ଗୁରୁତ୍ୱ ଦିଆଯାଇଥିବା ବେଳେ ସଂକ୍ରମଣ ପରିବାରରୁ ଜୀବନହାନୀ ଘଟିଲେ ମଧ୍ୟ ଶବ ସତ୍କାର କରିବାକୁ କେହି ଆସିଲେ ନାହିଁ। ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଭଞ୍ଜନଗର ବ୍ଳକ ଅନ୍ତର୍ଗତ ଗୋଲପଡା ଗ୍ରାମରେ। ଦୀର୍ଘ ୧୪ ଘଣ୍ଟା ଧରି ଶବ ପଡି ରହିଲା, ଅଥଚ, ପାଖ କେହି ମାଡିଲେ ନାହିଁ। ରାତ୍ି ୧୨ଟା ସମୟରେ ପୁଳିସ୍ ପହଞ୍ଚିଥିଲା। ଏହାପରେ ରାତି ଗୋଟାଏ ସମୟରେ କିଛି ଲୋକଙ୍କ ସହାୟତାରେ ଶବ ସତ୍କାର କରାଯାଇଥିଲା।
ଅପରପକ୍ଷରେ ବାପାଙ୍କ ଠାରେ କରୋନା ପଜିଟିଭ୍‌ ଚିହ୍ନଟ ହେବା ପରେ ତାଙ୍କୁ ଭଞ୍ଜନଗର କଭୋଡି କେୟାର କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଏହାର ମାତ୍ର ୧୨ ଘଣ୍ଟା ପରେ ଘରେ ଥିବା ୪୦ ବର୍ଷର ଝିଅର ମୃତ୍ୟୁ ଘଟିଥିଲା। ଝିଅର ମୃତର କାରଣ ଜଣାପଡି ନ ଥିବା ବେଳେ ତାଙ୍କର ଅନ୍ୟ କୌଣସି ରୋଗ କିମ୍ବା ହୃତଘାତରେ ମୃତ ଘଟିଥିବାର କୁହାଯାଇଛି।
ନିକଟରେ ଝିଅଟିର ମାଆ କରୋନା ଭୂତାଣୁରେ ଆକ୍ରାନ୍ତ ହୋଇ ଭଞ୍ଜନଗର କୋଭିଡ କେୟାର କେନ୍ଦ୍ରରୁ ସୁସ୍ଥ ହୋଇ ଘରକୁ ଫେରିଥିଲେ। ମୃତ ମହିଳାଙ୍କ ଜଣେ ଭଉଣୀ ଅନ୍ୟ ଏକ ଗ୍ରାମର ଶାଶୁ ଘରେ ରହୁଥିଲେ। ତାଙ୍କର ସେହି ଭଉଣୀ କରୋନାରେ ଆକ୍ରାନ୍ତ ହୋଇଥିଲେ ଏବଂ ତାଙ୍କର ଲିଙ୍କରେ ଆସି ଏହି ପରିବାରର ମାଆ ଓ ପରେ ବାପା କରୋନା ଆକ୍ରାନ୍ତ ହୋଇଥିଲେ। ତେବେ ମୃତ ମହିଳାଙ୍କ ରିପୋର୍ଟ କରୋନା ନେଗେଟିଭ୍‌ ବାହାରିଥିଲା। ତାଙ୍କ ବାପାଙ୍କ ରିପୋର୍ଟ ପଜିଟିଭ୍ ବାହରିବା ପରେ ସେ ଭଞ୍ଜନଗର କୋଭିଡ କେୟାର ସେଣ୍ଟରକୁ ଯିବାକୁ ଚାହୁଁ ନ ଥି୍ଲେ। କିନ୍ତୁ ଭଞ୍ଜନଗର ବିଡ଼ିଓ ଅନୀଲ କୁମାର ସେଠୀ ଗୁରୁବାର ରାତିରେ ପୁଲିସ୍ ସହାୟତାରେ ତାଙ୍କ ବାପାଙ୍କୁ ଭଞ୍ଜନଗର କୋଭିଡ୍‌ କେୟାର ସେଣ୍ଟରକୁ ନେଇଥିଲେ। ଶୁକ୍ରବାର ଦିନ ୧୧ଟା ସମୟରେ କୌଣସି କାରଣରୁ ଘରେ ଥିବା ଏହି ମହିଳାଙ୍କର ମୃତ୍ୟୁ ଘଟିଥିଲା।
ମହିଳାଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ସମଗ୍ର ଗୋଲାପଡା ଗ୍ରାମରେ ଭୟର ବାତାବରଣ ସୃଷ୍ଟି କରିଥିଲା। କୌଣସି ଗ୍ରାମବାସୀ ଏହି ପରିବାରର ବାରଣ୍ଡା ମାଡି ନ ଥିଲେ। ଘରେ ଖାଲି ମାଆର କାନ୍ଦଣା ଶୁଣିବାକୁ ମିଳିଥିଲା। ଏପଟେ ଗାଁରେ ଶବ ପଡି ରହିଥିବାରୁ ସାମାଜିକ ସଂସ୍କାରକୁ ଆଖି ଆଗରେ ରଖି ଅଧିକାଂଶ ପରିବାରରେ ଚୂଲି ଜଳି ନ ଥିଲା। ଗୋଲପଡ଼ା ଗ୍ରାମ ମୁଣ୍ଡରେ ଥିବା ଚନ୍ଦ୍ରଶେଖର ମହାଦେବଙ୍କ ମନ୍ଦିରରେ ମଧ୍ୟ ଭୋଗ ବନ୍ଦ ହୋଇ ଯାଇଥିଲା। ଦିନ ତମାମ ଓ ବିଳମ୍ବିତ ରାତି ପର୍ଯ୍ୟନ୍ତ ଲୋକେ ଭୋକ ଉପବବାସରେ ରହିଥିଲେ।
ଅପରପକ୍ଷରେ କରୋନା ଭୂତାଣୁ ସଂକ୍ରମଣ ଆଶଙ୍କାରେ ଳୋକେ ଶବ ପାଖକୁ ଯିବାକୁ ଭୟ କରିଥିଲେ।। ଏପରି ଏକ ଅସ୍ୱଭାବିକ ବାତାବରଣ ମଧ୍ୟରେ କୌଣସି ସୁତ୍ରରୁ ଖବର ପାଇ ବିଳମ୍ବିତ ରାତିରେ ପୁଲିସ୍ ଗୋଲାପଡା ଗ୍ରାମାରେ ପହଞ୍ଚିଥିଲା। ଗ୍ରାମାବାସୀଙ୍କ ସହ ପୁଲିସ୍ର ଆଲୋଚନା ପରେ ଗ୍ରାମର କିଛି ଭଦ୍ର ଲୋକ ଘରୁ ଶବ ଉଠାଇ ନେଇ ଗ୍ରାମ ଶ୍ମଶାନରେ ଅନ୍ତିମ ସତ୍କାର କରିଥିଲେ। ସୂଚନା ଯୋଗ୍ୟ ଯେ ଗୋଲାପଡା ଗ୍ରାମ ପଞ୍ଚାୟତରୁ ଜଣଙ୍କ ଠାରୁ କରୋନା ପଜିଟିଭ୍ ବାହାରିବା ପରେ ଭଞ୍ଜନଗର ପ୍ରଶାସନ ତରଫରୁ ଉକ୍ତ ଗ୍ରାମକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇ ଗ୍ରାମର ପ୍ରବେଶ ପଥକୁ ଦେଇ ସିଲ କରାଯାଇଥିଲା। ଏବେ କରୋନା ସଂକ୍ରମଣ ଆଶଙ୍କାରେ ଗ୍ରାମରେ ଆତଙ୍କ ଖେଳି ଯାଇଛି।

Comments are closed.